www.samajalive.in
Saturday, December 6, 2025
16.1 C
Bhubaneswar

ରାତି ପାହିଲେ ମହାଶିବରାତ୍ରି : ଚଳଚଞ୍ଚଳ ଶ୍ରୀଲିଙ୍ଗରାଜ ପୀଠ

ଭୁବନେଶ୍ବର : ରାତି ପାହିଲେ ଦେବଦେବ ମହାଦେବଙ୍କ ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଗଲାଣି ରାଜ୍ୟର ସମସ୍ତ ଶୈବପୀଠ। ଏହି କ୍ରମରେ ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ମଧ୍ୟ ମହାଶୀବରାତ୍ରି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାଶିବରାତ୍ରି ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ମନ୍ଦିର ପରିସରରେ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବାସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି।

ମହାଶିବରାତ୍ରିର ଭିଡକୁ ନିୟନ୍ତ୍ରଣ କରିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍ ଲଗାଯାଇଛି। ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ଵରେ ଚେୟାର ପକାଯାଇଛି। ସେହିପରି ମନ୍ଦିର ପରିସରକୁ ସୁନ୍ଦର ଭାବେ ସଜାଇବା ପାଇଁ ୩ହଜାର ଫୁଲ କୁଣ୍ଡ ଓ ଛୋଟ ଗଛ ରଖାଯାଇଛି।

- Advertisement -

ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରି ପାଇଁ କେତେବେଳେ କ’ଣ ନୀତି ଅନୁଷ୍ଠିତ ହେବ ସେ ନେଇ ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ସୂଚନା ଅନୁସାରେ ଆଜି ରାତି ୨.୩୦ ସମୟରେ ମନ୍ଦିର ଖୋଲାଯାଇ ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ ଏହାପରେ ଭୋର ସାଢ଼େ ୩ଟାରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ ହେବ, ସକାଳ ୬ଟାରେ ରୋଷ ହୋମ, ଦିନ ୧୧ଟାରୁ ୧୨ଟା ଯାଏଁ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା୪୫ ଭିତରେ ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ନୀତି ଅନୁଷ୍ଠିତ ହେବ।

ଅପରାହ୍ନ ସାଢ଼େ ୨ଟାରୁ ୨ଟା୪୫ ଯାଏଁ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୨ଟା୪୫ରୁ ୩ଟା୪୫ ଭିତରେ ଭୋଗ ମଣ୍ଡପ, ୩ଟା୪୫ରୁ ୪ଟା୪୫ ଯାଏଁ ସାହାଣମେଲା ଦର୍ଶନ, ୪ଟା୪୫ରୁ ୫ଟା୧୫ ଯାଏଁ ଛାମୁ ପରିଷ୍କାର ନୀତି ଅନୁଷ୍ଠିତ ହେବ।

ସନ୍ଧ୍ୟା ୫ଟା୧୫ ରୁ ୫ଟା୪୫ ଯାଏଁ ଶ୍ରୀଜୀଉଙ୍କ ବେଶ, ସନ୍ଧ୍ୟା ୫ଟା୪୫ରୁ ୭ଟା ଯାଏଁ ବୀର କିଶୋର ବଲ୍ଲଭ, ଭୁବନେଶ୍ୱରୀଙ୍କ ଦ୍ୱିପ୍ରହଣ ଧୂପ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ଶ୍ରୀଜୀଉଙ୍କ ପହୁଡ଼, ୭ଟା୧୦ରୁ ୭ଟା୩୦ ସନ୍ଧ୍ୟା ଆଳତୀ ଓ ଟେରାଫିଟା, ସନ୍ଧ୍ୟା ୭ଟା୩୦ରୁ ୮ଟା୧୦ ମଧ୍ୟରେ ଶ୍ରୀଜୀଉଙ୍କ ମାଜଣା ଓ ବେଶ, ରାତି ୮ଟା୧୦ରୁ ୮ଟା ୫୫ ଯାଏଁ ଶ୍ରୀଜୀଉଙ୍କ ଯାତ୍ରା ପୂଜା ଓ ବେଢ଼ା, ରାତି ୮ଟା୫୫ରୁ ୧୦ଟା ଭିତରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି।

କେଉଁଠି କରିବେ ଗାଡି ପାର୍କିଂ 

-ବିଏମ୍‌ସି ମାର୍କେଟ କ‌େ‌ମ୍ପ୍ଲକ୍ସ
-କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ବ
-ଅନନ୍ତ ବାସୁଦେବ ମନ୍ଦିର ଉତ୍ତରପାର୍ଶ୍ବ
-ଏସଏମ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡ଼ିଆ
-ଆର୍‌ଆଇ ଅଫିସ୍‌ ପଡ଼ିଆ
-ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ବରେ ପାର୍କିଂ ଲାଗି ବ୍ୟବସ୍ଥା କରାଯାଇଛି। ଏଭଳି ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଦୁଇ ଓ ୪ ଚକିଆ ପାଇଁ ଅଲଗା ଅଲଗା ପାର୍କିଂର ବ୍ୟବସ୍ଥା କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories