www.samajalive.in
Monday, December 8, 2025
14.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ : ୬ ଅଭିଯୁକ୍ତ ଗିରଫ

ଯୋଡା : ଯୋଡା ଥାନା ଅନ୍ତର୍ଗତ ଜାତୀୟ ରାଜମାର୍ଗ-୫୨୦ର ରଣାଶାଳ ଘାଟିରେ ବୁଧବାର ବିଳମ୍ବିତ ରାତିରେ ରାସ୍ତା ଜାମ୍‍ର ସୁଯୋଗରେ ରାତ୍ରିକାଳୀନ ଦୂରଗାମୀ ଯାତ୍ରୀବାହୀ ବସ୍‍ରୁ ଡକାୟତି ଉଦ୍ୟମ ବସ୍‍ର କର୍ମଚାରୀଙ୍କ ସାହାସିକତା କାରଣରୁ ପଣ୍ଡ ହୋଇଥିବାର ଖବର ମିଳିଛି। ଘଟଣା ସହ ସମ୍ପୃକ୍ତ ଛଅ ଅଭିଯୁକ୍ତଙ୍କୁ ପୁଲିସ ଯୋଡା ବସ୍‍ଷ୍ଟାଣ୍ଡ ନିକଟରୁ ଗିରଫ କରିବାରେ ସଫଳ ହୋଇଥିବା ସମୟରେ ସମ୍ପୃକ୍ତ ଛଅ ଦୁର୍ବୃତ୍ତ ବ୍ୟବହାର କରୁଥିବା ଓଆର-୦୯ଏନ୍‍-୮୧୬୦ ନମ୍ବର ବଲେରୋ ଓ ମାରଣାସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଥିବାର ଖବର ମିଳିଛି।

ସୂଚନାରୁ ପ୍ରକାଶ, ବୁଧବାର ବିଳମ୍ବିତ ରାତି ପ୍ରାୟ ୧୦ଟା ସମୟରେ ରଣାଶାଳ ଘାଟିରେ ପ୍ରବଳ ଜାମ୍‍ ଲାଗିଥିବା ସମୟରେ ବଡବିଲରୁ ଭୁବନେଶ୍ୱର ଯାଉଥିବା ଓଡି-୦୫ଏୟୁ-୫୭୩୦ ନମ୍ବର ସଂସ୍କାର ବସ୍‍ ଘଟଣା ସ୍ଥଳରେ ଠିଆ ହୋଇଥିଲା। ଜାମ୍‍ର କାରଣ ସମ୍ବନେ୍ଧ ଜାଣିବା ନିମନ୍ତେ ବସ୍‍ର ଚାଳକ ବାସୁଦେବ ନାଏକ ଓ ହେଲ୍ପର ଆଫତାବ ଖାନ ତଳକୁ ଓହ୍ଲାଇ ଥିବା ସମୟରେ ଏହା ପୂର୍ବରୁ ଜାମ୍‍ରେ ଫସିଥିବା ବଡବିଲରୁ ବାଲେଶ୍ୱର ଯାଉଥିବା ଓଡି-୦୫ ଏଏମ୍‍-୮୩୩୦ ନମ୍ବର ରତ ଅନ୍ୟତମ ସଂସ୍କାର ବସ୍‍ର ଡିକି ଖୋଲି ସମ୍ପୃକ୍ତ ଛଅ ଜଣ ଦୁର୍ବୃତ୍ତ ଲୁଟ୍‍ ଉଦ୍ୟମ କରିଥିଲେ। ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଛଅ ଦୁର୍ବୃତ୍ତ ମାରଣାସ୍ତ୍ର (ଲୁହାରଡ୍‍ ଓ ଠେଙ୍ଗା) ଦ୍ୱାରା ବାସୁଦେବ ନାଏକଙ୍କୁ ଆକ୍ରମଣ କରିବା ସହ ଧମକ ଦେଇ ହେଲ୍ପର ଆଫତାବଙ୍କ ଠାରୁ ୧୦୦୦ ଟଙ୍କା ଦାବି କରିଥିଲେ। ଏପରିକି ଯୋଡା ବସ୍‍ଷ୍ଟାଣ୍ଡରେ ପହଞ୍ଚିଲେ ବାସୁଦେବ ଓ ଆପତାବକୁ ଦେଖିନେବେ ବୋଲି ଧମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଇତି ଅବସରରେ ପୂର୍ବ ବସ୍‍ର କଣ୍ଡକ୍ଟର ନିମାଁଇ ଚରଣ ରାଉତ୍‍ ତଥା ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତ ଛଅ ଜଣ ସମ୍ପୃକ୍ତ ବସ୍‍ ଡିକିରୁ ଏକ ବ୍ୟାଗ୍‍ ନେଇ ଏକ ଯାତ୍ରୀବାହୀ ବଲେରୋରେ ଯୋଡା ଅଭିମୁଖେ ଖସି ଯାଇଥିଲେ ବୋଲି ଅଭିଯୋଗରୁ ପ୍ରକାଶ। ଘଟଣା ସମ୍ବନେ୍ଧ ମୋବାଇଲ ମାଧ୍ୟମରେ ଯୋଡା ଥାନାକୁ ଅବଗତ ପରେ ପୂର୍ବାଭାସ କରି ଯୋଡା ଆଇଆଇସି ରାଇସେନ ମୁର୍ମୁ ସଦଳବଳେ ଯୋଡା ବସ୍‍ଷ୍ଟାଣ୍ଟ ଓ କଳାପାହାଡ ଛକ ନିକଟରେ ସତର୍କ ପ୍ରହରା ଦେଇଥିଲେ। ଘଟଣାର କିଛି ସମୟ ପରେ ଯୋଡା ବସ୍‍ଷ୍ଟାଣ୍ଡ ସନ୍ନିକଟରୁ ପୁଲିସ ସମ୍ପୃକ୍ତ ବଲେରୋଟିକୁ ଜବତ କରିବାରେ ସଫଳ ହୋଇଥିବାର ସୂଚନାରୁ ପ୍ରକାଶ। ତେବେ ଜବତ ବଲେରୋ ଭିତରୁ ଲୁହାରଡ୍‍ ଓ ଲାଠି ଭଳି ମାରଣାସ୍ତ୍ର ସମେତ ଲୁଟ୍‍ ବ୍ୟାଗ୍‍ଟିକୁ ମଧ୍ୟ ପୁଲିସ ଜବତ କରିଥିବାର ଖବରରୁ ପ୍ରକାଶ।

- Advertisement -

ଘଟଣା ସ୍ଥଳରୁ ପୁଲିସ ଯୋଡା ଥାନା ଅନ୍ତର୍ଗତ ବାଚୁହଟିଂର ସନ୍ତୋଷ ମହାନ୍ତ (୨୫),ସୁନୀଲ ଚାତାର (୨୫) ଓ ନିରାକାର ଗୋପ୍‍ (୨୨) ସମେତ ସମ୍ପୃକ୍ତ ଥାନା ଅନ୍ତର୍ଗତ ବାଂଶପାଣି ଅଞ୍ଚଳର ଘାସିନାଥ ପାତ୍ର (୩୪),କୁନ୍ଦୁରୁନାଲା ଅଞ୍ଚଳର ପେଚା ପାତ୍ର (୨୧) ଓ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ଝିରପାଣି ଥାନା ଅନ୍ତର୍ଗତ ଗୁଡା ଗ୍ରାମର ଦିଲ୍ଲୀପ୍‍ କୁମାର ପାନ୍‍ (୨୪) ଙ୍କୁ ଗିରଫ କରିଥିବାର ଖବର ମିଳିଛି। ଏମାନଙ୍କ ମଧ୍ୟରୁ ସନ୍ତୋଷ ମହାନ୍ତ ଆରିଆ ଷ୍ଟିଲ୍‍ର ବଡବିଲ ସାଇଡିଂରେ କାମ କରୁଥିବା ସମୟରେ ଘାସିନାଥ ପାତ୍ର ବାଂଶପାଣି ରେଳ ସାଇଡିଂରେ ପ୍ୟାକିଙ୍ଗ କାମରେ ଓ ସୁନୀଲ ଚାତର ସିଫ୍ଟିଙ୍ଗ କାମରେ ତଥା ନିରାକାର ଗୋପ ବିଲେଇପଦା ସ୍ଥିତ ଟାଟା ଷ୍ଟିଲ୍‍ ଲଙ୍ଗ୍‍ ପ୍ରଡକ୍ଟ କାରଖାନାରେ ଠିକା ଶ୍ରମିକ ରୂପେ ନିୟୋଜିତ ଥିବାର ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆଗ ବସ୍‍ର କଣ୍ଡକ୍ଟର ନିମାଁଇ ଚରଣ ରାଉତ୍‍ଙ୍କ ସହମତିରେ ପରବର୍ତ୍ତୀ ବସ୍‍ର ଚାଳକ ବାସୁଦେବ ନାଏକଙ୍କ ପକ୍ଷରୁ ଏ ସମ୍ବନେ୍ଧ ଯୋଡା ଥାନାରେ ଲିଖିତ ଅଭିଯୋଗ ଆଧାରରେ ଗିରଫ ଅଭିଯୁକ୍ତ ଛଅ ଜଣଙ୍କୁ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସମୟରେ ଯୋଡା ଥାନା ଏସଆଇ ସୁନୀଲ କୁମାର ସୋରେନ ଘଟଣାର ତଦନ୍ତ ଦାୟିତ୍ୱରେ ଥିବାର ଖବର ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories