www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ମହାଶିବରାତ୍ରି

ସମାଜ ପୋର୍ଟାଲ ଡେସ୍କ: ବିଶ୍ବନାଥ ମହାଦେବଙ୍କର ବଡ ପର୍ବ ମହାଶିବରାତ୍ରି ବିଶ୍ବର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ ପାକିସ୍ତାନ ମଧ୍ୟ ଏଥିରୁ ବାଦ୍ ପଡିନି। ମହାଶିବରାତ୍ରି ପାଇଁ ବେଲୁଚିସ୍ତାନର ଜୌବ୍‌ଠାରେ ଥିବା ୨୦୦ବର୍ଷ ପୁରୁଣା ହରି ମନ୍ଦିରକୁ ଖୋଲାଯାଇଥିବା ବେଳେ ଇସଲାମାବାଦ, ପେଶାୱର, ମୁଜାଫରାବାଦ, ଲାହୋର, ରାୱଲପିଣ୍ଡି ଆଦି ସ୍ଥାନରେ ଥିବା ଶିବ ମନ୍ଦିରଗୁଡିକରେ ମଧ୍ୟ ମହାଶିବରାତ୍ରି ପାଳିତ ହେଉଛି।
ସିନ୍ଧର ଚକୱାଲ ଜିଲାରେ ଥିବା ଭଗବାନ ଶିବଙ୍କ ପ୍ରାୟ ୯୦୦ ବର୍ଷ ପୁରୁଣା କଟାସରାଜ ମନ୍ଦିରରେ ମଧ୍ୟ ଶିବରାତ୍ରି ପର୍ବ ପାଳିତ ହେଉଛି। ଏଠାକୁ ଭାରତୀୟ ଶ୍ରଦ୍ଧାଳୁ ଯାଉଥିଲେ ମଧ୍ୟ ଗତବର୍ଷ ପୁଲୱାମା ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍‌ ପରେ ଶିବରାତ୍ରିରେ ଭାରତରୁ କେହି ଏହି ମନ୍ଦିରକୁ ଯାଇ ନଥିଲେ। ପାକିସ୍ତାନ ସରକାର ଏହି ମନ୍ଦିରକୁ ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେଣୁ ଡିସେମ୍ବର ମାସ​‌ରେ ୯୭ ଜଣ ଭାରତୀୟ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇଥିଲେ। ଭଗବାନ ଶିବଙ୍କର ଏହି ମନ୍ଦିର ଲାହୋରଠାରୁ ୨୮୦ କିଲୋମିଟର ଦୂରରେ ପାହାଡ ଉପରେ ନିର୍ମିତ ହୋଇଛି। ଏଠାରେ ଥିବା ସରୋବର ଭଗବାନ ମହାଦେବଙ୍କ ଲୁହରେ ହୋଇଥିଲା ବୋଲି ବିଶ୍ବାସ କରାଯାଏ। ଦେବୀ ସତୀଙ୍କ ଦେହତ୍ୟାଗ ପରେ ମହାଦେବଙ୍କ ଆଖିରୁ ଯେଉଁ ଲୁହ ବାହାରିଥିଲା ସେଥିରେ ଏହି କୁଣ୍ଡ ନିର୍ମାଣ ହୋଇଥିଲା। ଏହା ୧୫୦ ଫୁଟ ଲମ୍ବା ଏବଂ ୯୦ଫୁଟ ଚଉଡା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories