www.samajalive.in
Saturday, December 6, 2025
23.1 C
Bhubaneswar

ବକ୍ସ ଅଫିସରେ ଭିକି-ଆୟୁଷ୍ମାନଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ: ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଦୁଇ ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଶୁକ୍ରବାର ବକ୍ସ ଅଫିସରେ କଡ଼ା ଟକ୍କର ଦେଖା ଦେଇଛି। ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭୂତ୍‍: ପାର୍ଟ ୧ ଦି ହଣ୍ଟେଡ୍‍ ସିପ୍‍’ ଓ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ୍‍ ମଙ୍ଗଲ ଜ୍ୟାଦା ସାବଧାନ’ ମହାଶିବରାତ୍ରି ଅବସରରେ ପରଦାକୁ ଆସିଛି। ଉଭୟ ଚଳଚ୍ଚିତ୍ରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି।

‘ଭୂତ୍‍: ପାର୍ଟ ୧ ଦି ହଣ୍ଟେଡ୍‍ ସିପ୍‍’ର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହା ଏକ ଜାହାଜର କାହାଣୀ, ଯାହା ଦିନେ ହଠାତ୍‍ ଆସି ମୁମ୍ବଇର ଏକ ସମୁଦ୍ର ତଟରେ ଆସି ଲାଗୁଛି। କିନ୍ତୁ ଜାହାଜରେ ଜଣେ ହେଲେ ବି ବ୍ୟକ୍ତି ନାହାନ୍ତି। ଏହାପରେ ଭିକି ଯେତେବେଳେ ସର୍ବେକ୍ଷଣ ପାଇଁ ଜାହାଜକୁ ଯାଉଛନ୍ତି, ସେତେବେଳେ ଆରମ୍ଭ ହେଉଛି ଭୂତଙ୍କ ତାଣ୍ଡବ। ଏଥିରେ ଭିକିଙ୍କ ସହ ଭୂମି ପେଡନେକର, ଆଶୁତୋଷ ରାଣା ଓ ସିଦ୍ଧାନ୍ତ କପୁରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

- Advertisement -

ଅନ୍ୟପକ୍ଷରେ, ‘ଶୁଭ୍‍ ମଙ୍ଗଲ ଜ୍ୟାଦା ସାବଧାନ’ର କାହାଣୀ ଏକ ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ଜଣେ ଗେ’ ଭୂମିକାରେ ଅଭିନୟ କରିଛନ୍ତି। ଏହା ଆୟୁଷ୍ମାନଙ୍କ ଅଭିନୀତ ‘ଶୁଭ୍‍ ମଙ୍ଗଲ ସାବଧାନ’ର ସିକ୍ୱେଲ୍‍। ଚଳଚ୍ଚିତ୍ରରେ ଆୟୁଷ୍ମାନଙ୍କ ସହ ଜିତେନ୍ଦ୍ର କୁମାର, ଗଜରାଜ ରାଓ, ନୀନା ଗୁପ୍ତା, ମାନଭୀ ଗାଗରୁ, ପଙ୍ଖୁଡ଼ି ଅବସ୍ଥୀ, ସୁନୀତା ରାଜୱାର ଓ ନୀରଜ ସିଂହ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ତେବେ କିଏ କାହା ଉପରେ ଭାରି ପଡ଼ୁଛି ଏହା ଦେଖିବା ବାକି ରହିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories