ଶରଦ ଯାଦବଙ୍କ ଦରମା ଓ ଭତ୍ତା ବନ୍ଦ କଲେ ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟକୁ ସଂଶୋଧନ କରିବା ସହ ଜନତା ଦଳ(ୟୁ)ର ପ୍ରାକ୍ତନ ଅଧ୍ୟକ୍ଷ ଶରଦ ଯାଦବଙ୍କୁ ଦରମା ଓ ଭତ୍ତା ସମେତ ରେଳ ଓ ବିମାନରେ ଗମନାଗମନ ପାଇଁ ମିଳୁଥିବା ସୁବିଧାରୁ ବଞ୍ôଚତ କରିଛନ୍ତି। ଅବଶ୍ୟ ଏଥିପାଇଁ ଶ୍ରୀ ଯାଦବଙ୍କୁ ୧୨ଜୁଲାଇ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି।
ବିଚାରପତି ଆଦର୍ଶ କୁମାର ଗୋୟେଲ ଓ ବିଚାରପତି ଅଶୋକ ଭୂଷଣଙ୍କ ଦ୍ୱାରା ଅବକାଶକାଳୀନ ଖଣ୍ଡପିଠ ଉଚ୍ଚ ନ୍ୟାୟାଳୟ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ରହିବାର ଅନୁମତି ବିରୋଧରେ ଗୁରୁବାର ଏଭଳି ରାୟ ପ୍ରଦାନ କରିଛନ୍ତି। ପୂର୍ବରୁ ମଧ୍ୟ ସୁପ୍ରିମ କୋର୍ଟ ୧୮ମେରେ ଜେଡିୟୁର ରାଜ୍ୟସଭା ସାଂସଦ ରମଚନ୍ଦ୍ର ପ୍ରସାଦ ସିଂହଙ୍କ ଆବେଦନକୁ ଗ୍ରହଣ କରି ଶରଦ ଯାଦବଙ୍କୁ ନୋଟିସ ଜାରି କରିଥିଲା।
ଗତ ବର୍ଷ ୧୫ଡିସେମ୍ବରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରାଜ୍ୟସଭା ସଦସ୍ୟ ଭାବରେ ଶରଦ ଯାଦବଙ୍କ ସଭ୍ୟପଦ ବାତିଲ ଉପରେ ରହତାଦେଶ ଜାରି କରିବା ସହ ଏହି ସମୟସୀମା ମଧ୍ୟରେ ତାଙ୍କୁ ଦରମା ଓ ଭତ୍ତା ପ୍ରଦାନ ପାଇଁ ନିର୍ଦେଶ ଜାରି କରିଥିଲେ। ଏପରିକି ମାମଲା ଲମ୍ବିତ ପ୍ରକ୍ରିୟା ସମୟସୀମା ମଧ୍ୟରେ ଶ୍ରୀ ଯାଦବ ସରକରୀ ବାସଭବନରେ ରହିବାକୁ ମଧ୍ୟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ ଜୁଲାଇ ୭ରେ ଆରଜେଡି କଂଗ୍ରେସ ମେଣ୍ଟ ଭାଙ୍ଗି ବିଜେପି ସହ ମେଣ୍ଟ କରିଥିଲେ। ଏଥିରେ ଜେଡିୟୁର ଶରଦ ଯାଦବ ଓ ଅନୱର ଅଲ୍ଲୀ ବିପକ୍ଷ ତଥା ଆରଜେଡି କଂଗ୍ରେସ ମେଣ୍ଟକୁ ସମର୍ଥନ କରିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ ବେଙ୍କୟା ନାଇଡ଼ୁ ଉଭୟଙ୍କ ସଭ୍ୟପଦ ଖାରଜ କରି ଦେଇଥିଲେ।

Leave A Reply