nua o banner

ନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ, ଜେଲ୍ କାନ୍ଥରେ ମୁଣ୍ଡ ପିଟୁଛି ବିନୟ

BJD Bijuli 480×75 Mob

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଘାରିଲାଣି ମୃତ୍ୟୁର ଭୟ। ମୃତ୍ୟୁ ଭୟରେ ଦୋଷୀଙ୍କ ମାନସିକ ପରିସ୍ଥିତିବି ବିଗିଡି ଯାଉଛି। ବୁଧବାର ନିର୍ଭୟା କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ ମୁଣ୍ଡକୁ ବାରମ୍ବାର ପିଟିବା ସହ ନିଜକୁ ଆହତ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଜେଲର ସୁରକ୍ଷାକର୍ମୀ ତାକୁ ରୋକିଥିଲେ। ଏହା ପରେ ବିନୟର ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ଜେଲରେ ବନ୍ଦ କରି ଦିଆଯାଇଛି।

ଜେଲ୍ ପ୍ରସାଶନର ସୂଚନା ଅନୁସାରେ ବିନୟର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ନିର୍ଭୟା ଦୋଷୀ ବାରମ୍ବାର ନିଜକୁ ଆହତ କରିବା ପାଇଁ ପ୍ରୟାସ କରୁଥିବାରୁ ଜେଲ୍ ପ୍ରଶାସନ ପକ୍ଷରୁ ସେମାନନଙ୍କ ସେଲ୍ ଆଗରେ ଅନ୍ତରୀଣ ସୁରକ୍ଷା କର୍ମୀଙ୍କ ବନ୍ଦୋବସ୍ଥ କରାଯାଇଛି। ଯାହା ଦ୍ବାରା ସୋମନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଇପାରିବ। ଏହା ସହ ଦୋଷୀମାନଙ୍କର ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ କାଉନସେଲିଂ ମଧ୍ୟ କରାଯାଉଛି।
ଜେଲ୍ ପ୍ରଶାସନ ଆହୁରିମଧ୍ୟ କହିଛନ୍ତି ତୃତୀୟ ତର ପାଇଁ ଡେଥ୍ ୱାରେଣ୍ଟ ଜାରି ହେବାପରେ ନିର୍ଭୟା ଦୋଷୀମାନେ ଆକ୍ରମଣାତ୍ମକ ଶୋଭାବର ହୋଇଯାଇଛନ୍ତି। ପ୍ରଥରେ ଜେଲରେ ରହିବା ସମୟରେ ଥିବା ଶୋଭାବରେ ବହୁତ ପରିବର୍ତ୍ତନ ହୋଇଛି। ଛୋଟ ଛୋଟ କଥାରେ ଦୋଷୀମାନେ ରାଗିଯାଉଛନ୍ତି । କାହା ସହ କଥାବର୍ତ୍ତା କରୁନାହାନ୍ତି। ନିଜ ସେଲ୍ ମଧ୍ୟରେ ଲଗାତାର ନିଜ ରାଗକୁ ଶାନ୍ତ କରିବାପାଇଁ ନିଜ ଶରୀରରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି।

Comments are closed.