ବାହୁବଳୀର ଭଲାଲଦେବ ଏବେ କରୁଛନ୍ତି ଡାଏଟିଂ
ବାହୁବଳୀ ଚଳଚ୍ଚିତ୍ରର ଅନ୍ୟତମ ପ୍ରମୁଖ ଚରିତ୍ର ଥିଲା ଭଲ୍ଲାଲଦେବ। ଏହି ଚରିତ୍ରକୁ ପରଦା ଉପରେ ଜୀବନ୍ତ ଭାବେ ୩୩ ବର୍ଷୀୟ ରାଣା ଡଗ୍ବଗୁତୀ ବେଶ ନିଖୁଣ ଭାବରେ ପ୍ରଦର୍ଶନ କରି ପାରିଥିଲେ । ନକାରାତ୍ମକ ଚରିତ୍ର ହେବା ସତ୍ତ୍ୱେ ଅନ୍ୟ କଳାକାରଙ୍କ ପରି ସେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ନିକଟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ପ୍ରଶଂସକ ମହଲରେ ଚର୍ଚ୍ଚା ହୋଇଥିଲା । ରାଣା ବାହୁବଳୀ ଚଳଚ୍ଚିତ୍ର ମୁକ୍ତି ଲାଭ ପରେ କେତୋଟି ନାମୀ ପ୍ରୋଜେକ୍ଟରେ କାମ କରୁଛନ୍ତି । ଗୋଟିଏ ଚଳଚ୍ଚିତ୍ରର ଭୂମିକା ନିମନ୍ତେ ତାଙ୍କୁ ଓଜନ ମାତ୍ରାଧିକ କମ୍ କରବିାକୁ ପଡ଼ିଛି। ଏଥିପାଇଁ ଖାଦ୍ୟ ପାନୀୟ ବାବଦରେ ସେ ସଚେତନ ହୋଇଥିଲେ। ଭଲ୍ଲାଲଦେବ ଚରିତ୍ର ପାଇଁ ସେ ଓଜନ ବଢ଼ାଇଥିବାବେଳେ ଅନ୍ୟ ଏକ ଚରିତ୍ର ପାଇଁ ତାଙ୍କୁ ତୁରନ୍ତ ଓଜନ ହ୍ରାସ ତାଙ୍କ ସ୍ୱାସ୍ଥ୍ୟ ଅବନତିର ଅନ୍ୟତମ ମୁଖ୍ୟ କାରଣ ଥିଲା। ତେବେ ଚରିତ୍ରର ଆବଶ୍ୟକତା ପାଇଁ ଅନ୍ୟ କିଛି ଚିନ୍ତା କରି ନ ଥିଲେ ରାଣା। ଏବେ ଡାକ୍ତର ତାଙ୍କୁ କମ୍ ଲୁଣଯକ୍ତୁ ଖାଦ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି । ଏହି ତଥ୍ୟ ରାଣା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଅବଶ୍ୟ କାରଣ ସେ ସ୍ପଷ୍ଟ କରନିାହାନ୍ତି । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏହି ତଥ୍ୟ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ସାକ୍ଷାତକାରରେ ସେ କହିଥିଲେ ୨୦୧୦ରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିବାବେଳେ ତାଙ୍କୁ ଖୁବ୍ ସଂଘର୍ଷ କରବିାକୁ ପଡ଼ିଥିଲା। ହେଲେ ନିର୍ଦେଶକ ଏସ୍.ଏସ୍. ରାଜମୌଲୀଙ୍କ କାରଣରୁ ଆଜି ସେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଦକ୍ଷିଣ ସିନେ ଜଗତର ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଥିବା କାଜଲଙ୍କ ସହ ରାଣାଙ୍କ ଘନିଷ୍ଠତା ବଢ଼ୁ ଥିବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ରାଣା ଓ କାଜଲ ଉଭୟ ଏ ବାବଦରେ ନିର ରହିଛନ୍ତି ।