ରାଷ୍ଟ୍ରପତି ଭବନରେ ଇଫ୍‍ତାର ପାର୍ଟି ବନ୍ଦ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତବର୍ଷ ରାଷ୍ଟ୍ରପତି ଭବନରେ ଇଫତାର ପାର୍ଟିର ଆୟୋଜନ କରିବେ ନାହିଁ ବୋଲି ରାଷ୍ଟ୍ରପତିଙ୍କ ପ୍ରେସ୍‍ ସଚିବ ଅଶୋକ ମଲିକ କହିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ କୋବିନ୍ଦ ଘୋଷଣା କରିଥିଲେ ଯେ ଟିକସ ଦାତାଙ୍କ ଅର୍ଥରେ ରାଷ୍ଟ୍ରପତି ଭବନ ଭଳି ସରକାରୀ ପ୍ରତିଷ୍ଠାନରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। ଦେଶର ଧର୍ମ ନିରପେକ୍ଷତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ମଲିକ କହିଛନ୍ତି। ପରମ୍ପରା ଅନୁଯାୟୀ ରାଷ୍ଟ୍ରପତି ଭବନରେ ପ୍ରତିବର୍ଷ ଇଫତାର ପାର୍ଟି ଆୟୋଜନ କରାଯାଇଥାଏ। ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଏହି ଇଫତାର ପାର୍ଟି ଆୟୋଜନ ପରମ୍ପରାକୁ ବନ୍ଦ କରିଥିଲେ।

Leave A Reply