ଭାରତ, ଚୀନ ଓ ରୁଷିଆ ଏସସିଓର ପ୍ରମୁଖ ସଦସ୍ୟ

0

ମସ୍କୋ : ଭାରତ, ଚୀନ ଓ ରୁଷିଆ ସାଙ୍ଘାଇ ସମନ୍ୱୟ ସମିତି (ଏସସିଓ)ର ପ୍ରମୁଖ ସଦସ୍ୟ ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି। ଜୁନ୍‍ ୯ ଓ ୧୦ ଦୁଇ ଦିନ ଧରି ୧୮ତମ ଏସସିଓର ସମିତି ହେବାକୁ ଯାଉଥିବାବେଳେ ପୁତିନ ଏପରି କହିଛନ୍ତି। ଚଳିତବର୍ଷ ଏସସିଓ ସମିତି ଚୀନର କ୍ୱିଙ୍ଗଡାଓ ସହରରେ ଅନୁଷ୍ଠିତ ହେବ। ଏସସିଓରେ ୮ଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ଭାରତ, ଚୀନ ଓ ରୁଷିଆକୁ ପ୍ରମୁଖ ସଦସ୍ୟ ଭାବେ ବିବେଚନା କରିଛନ୍ତି ପୁତିନ। ସେ କହିଛନ୍ତି ଯେ ଏସସିଓର ସଦସ୍ୟ ରାଷ୍ଟ୍ରଙ୍କ ସେୟାର ବିଶ୍ୱର ମୋଟ ଜିଡିପିର ଏକ ଚତୁର୍ଥାଂଶ। ସେହିପରି ବିଶ୍ୱ ଜନସଂଖ୍ୟାର ୪୩% ଜନତା ଏହି ୮ଟି ରାଷ୍ଟ୍ରରେ ରହିଛନ୍ତି। ବିଶ୍ୱର ମୋଟ ଭୂଖଣ୍ଡର ୨୩% ଏହି ଏସଓସିରେ ରହିଛି। ସେ କହିଛନ୍ତି ଯେ ଚୀନ, ଭାରତ ଓ ରୁଷିଆର ଅର୍ଥନୀତି ଦ୍ରୁତ ବିକାଶ କରିବାରେ ଲାଗିଛି। କ୍ୱିଙ୍ଗଡାଓରେ ହେବାକୁ ଥିବା ଏସସିଓ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ଅଛି।

Leave A Reply