ସିଙ୍ଗାପୁରର କାପେଲା ହୋଟେଲରେ ହେବ ଟ୍ରମ୍ପ – କିମଙ୍କ ବୈଠକ

0

ୱାସିଂଟନ : ସିଙ୍ଗାପୁରର ସେଣ୍ଟୋସା ଦ୍ୱୀପରେ ଅବସ୍ଥିତ କାପେଲା ହୋଟେଲରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ନେତା କିମ ଜଙ୍ଗଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୁଚନା ଦିଆଯାଇଛି। ଜୁନ ୧୨ତାରିଖ ରେ ଏହି ଦୁଇନେତାଙ୍କ ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହେବାର ଅଛି। ଡୋନାଲ୍ଡ ଟ୍ରମ୍ପ ଏବଂ କିମ ଜଙ୍ଗଙ୍କ ମଧ୍ୟରେ ପ୍ରଥମଥରପାଇ ଏହି ବୈଠକ ଅନୁଷ୍ଠିତହେବାକୁ ଯାଉଛି। ଏଥିପାଇଁ ସିଙ୍ଗାପୁର ସରକାର ଅଧିକ ସୁରକ୍ଷା କର୍ମୀ ଓ ପୁଲିସ ମୁତୟନ କରିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ଉଭୟ ଦେଶ ପାଇଁ କିଛି ସକରାତ୍ମକ ଫଳାଫଳ ମିଳିପାରିବ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଯାହାଦ୍ୱାରା ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।

Leave A Reply