ଲୋ ଭୋଲ୍‍ଟେଜ୍‍ ହେଲେ ଜରିମାନା ଦେବେ ବିଦ୍ୟୁତ ବିତରଣ ସଂସ୍ଥା

0

ପାଟ୍‍ନା: ଏଣିକି ଲୋ ଭୋଲ୍‍ଟେଜ୍‍ ହେଲେ ବିଦ୍ୟୁତ ବିତରଣ କମ୍ପାନୀମାନେ ଜୋରିମାନା ଦେବେ। ଆସନ୍ତା ଆର୍ଥିକ ବର୍ଷଠାରୁ ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ କହିଛନ୍ତି। ୭ଟି ରାଜ୍ୟର ସାମ୍ବାଦିକଙ୍କ ସହିତ ଭିଡିଓ କନ୍‍ଫେରେନ୍ସିଂ ବେଳେ ଶ୍ରୀ ସିଂହ କହିଛନ୍ତି ଯେ ବ୍ୟବସାୟିକ କ୍ଷତି ଓ ବିତରଣ ଜନିତ ଅତିରିକ୍ତ ଆର୍ଥିକ ବୋଝ ମଧ୍ୟ ଉକ୍ତ ସଂସ୍ଥା ବହନ କରିବେ। ସେମାନେ କେତେ ଜୋରିମାନା ଦେବେ ତାହା ସମ୍ପୃକ୍ତ ରାଜ୍ୟର ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ ସ୍ଥିର କରିବେ।

Leave A Reply