ଗ୍ରୀନ୍ ଇଣ୍ଡିଆ ଜମାକାରୀଙ୍କ ବୈଠକ
ବ୍ରହ୍ମପୁର: ଚିଟଫଣ୍ଡ କମ୍ପାନୀ ଗ୍ରୀନ୍ ଇଣ୍ଡିଆ ଦ୍ୱାରା ଠକେଇ ହୋଇଥିବା ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ କଲେଜ ପରିସରରେ ଥିବା ହନୁମାନ ମନ୍ଦିର ଠାରେ ଏଜେଣ୍ଟ ଓ ଜମାକାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୭ ବର୍ଷ ହେଲା ଗ୍ରୀନ୍ ଇଣ୍ଡିଆ ଲୋକଙ୍କୁ ଟଙ୍କା ଫେରସ୍ତ କରିବା ନାଁ ରେ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ଏଜେଣ୍ଟ ଓ ଜମାକାରୀ। ଗ୍ରୀନ୍ ଇଣ୍ଡିଆ କମ୍ପାନୀର ଏମ୍.ଡ଼ି ପ୍ରଦୀପ ସିଂ ଓ ସୁନୀଲ ପଣ୍ଡା ଜାମିନରେ ମୁକୁଳିଥିବା ସୂଚନା ମିଳିବା ପରେ ଏଜେଣ୍ଟ ଓ ଜମାକାରୀ ଟଙ୍କା ଫେରସ୍ତ ପାଇଁ ଦାବି ଜୋରଦାର କରିଛନ୍ତି। ଏହି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ତହସିଲରେ ଗୋଟିଏ ଲେଖାଏଁ କମିଟି ଗଠନ କରାଯିବ। ପ୍ରତି ରବିବାର କମିଟିର ଏକ ବୈଠକ ବସିବ । ଜମା ଟଙ୍କା ଫେରିପାଇବା ପାଇଁ କଣ କରାଯାଇପାରିବ ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯିବ। ବୈଠକରେ ଗୃହୀତ ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ।