ଯାଞ୍ଚ ହେବ ସାମାଜିକ ଗଣମାଧ୍ୟମ; ଆସିବ ବିଧେୟକ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣକୁ ଆଣିବା ଯୋଜନା କରୁଛନ୍ତି। ବିଶେଷକରି ମହିଳାଙ୍କ ପ୍ରସଙ୍ଗରେ ଏଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ସୂଚନା-ପ୍ରଯୁକ୍ତି ଆଇନ-୨୦୦୦ ଆଧାରରେ ଏଗୁଡ଼ିକୁ ଯାଞ୍ଚ କରାଯିବ। ଏହାଛଡ଼ା ଆଇଆରଡିଏ-୧୯୮୬ ଆଇନରେ ମଧ୍ୟ ସଂଶୋଧନ ଅଣାଯିବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ହ୍ୱାଟ୍ସଆପ୍‍, ଫେସ୍‍ବୁକ୍‍, ଇନ୍‍ଷ୍ଟାଗ୍ରାମ୍‍, ସ୍କାୟପି, ଚାଟ୍‍ ଅନ୍‍, ସ୍ନାପ୍‍ଚାଟ୍‍, ଭାଇବର ସହିତ ମଲ୍ଟିମିଡିଆ, କେବୁଲ ଟିଭି, ଓଟିଟି ସେବା ଓ ଇଣ୍ଟରନେଟ୍‍ ଭଳି ଯୋଗାଯୋଗ ମାଧ୍ୟମକୁ ମଧ୍ୟ ମହିଳା ଅପରାଧ ଓ ଅସମ୍ମାନ ପ୍ରଦର୍ଶନ ସଂକ୍ରାନ୍ତ ମାମଲାରେ ଯାଞ୍ଚ କରାଯିବା ପାଇଁ ପ୍ରସ୍ତାବ ରହିଛି। ଯେ କୌଣସି ବିଜ୍ଞାପନ, ଲେଖା ଓ ଚିତ୍ରକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯିବ। ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ବିଧେୟକ ଆଗତ ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ।

Leave A Reply