www.samajalive.in
Tuesday, December 9, 2025
15.1 C
Bhubaneswar

କିଛି ବିଶେଷ ଘରୋଇ ଉପାୟ, ଯାହା ତ୍ବଚାରେ ଆଣିବ ଅଦ୍ଭୁତ ଚମକ

ସାଧାରଣତଃ ଗୋରା, ଚମକପ୍ରଦ ଏବଂ କୋମଳ ତ୍ୱଚା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ବଜାରରୁ ଅନେକ ଦାମୀ ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରିବା ସହିତ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟରେ ଉପଚାର ମଧ୍ୟ କରାଇଥା’ନ୍ତି। ହେଲେ ଏହାଦ୍ବାରା କାହାକୁ ସୁଫଳ ମିଳେ ତ କାହାକୁ ମିଳେନି। ଆଉ କାହା କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ତ୍ବଚା ଅବସ୍ଥା ଆହୁରି ବିଗିଡ଼ିଯାଏ। ତେବେ ଏପରି କିଛି ଖାସ୍‌ ଘରୋଇ ଉପାୟ ଅଛି, ଯାହାକୁ ଆପଣାଇଲେ ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ତ୍ୱଚାର ଅନେକ ସମସ୍ୟା ଦୂର ହୋଇ ତ୍ବଚାରେ ଚମକ ଆସିଥାଏ। ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପାୟ ବିଷୟରେ –

-ଗୋରା ହେବା ପାଇଁ କ୍ଷୀର ସବୁଠୁ ଅଧିକ ଲାଭଦାୟକ ହୋଇଥାଏ। ଗୋଟିଏ କଦଳୀକୁ କ୍ଷୀରରେ ଚକଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଶୁଖିଗଲା ପରେ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ। ସପ୍ତାହକୁ ୩/୪ ଥର ଏପରି କଲେ ମୁହଁ ଉଜ୍ଜ୍ୱଳ ଦିଶିବା ସହ କୋମଳ ହୋଇଥାଏ।

- Advertisement -

-ବେସନରେ କ୍ଷୀର, ଲେମ୍ବୁରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ଏପରି ନିୟମିତ କଲେ ଖୁବଶୀଘ୍ର ଫରକ ଅନୁଭବ କରିପାରିବେ।

-ଗୋଟିଏ ଅଣ୍ଡା, କିଛି ସୋୟାବିନ ଗୁଣ୍ଡ, ଦୁଇ ଚାମଚ ମହୁ ଓ କିଛି କ୍ଷୀର ସର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫/୨୦ ମିନିଟ୍‌ ରଖନ୍ତୁ। ପରେ ମୁହଁକୁ ଭଲ ଭାରେ ଧୋଇଦିଅନ୍ତୁ। ଏହାଦ୍ବାରା ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।

-କିଛି ଗୋଲାପ ଜଳକୁ ତୁଳାରେ ନେଇ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ଏମିତି କିଛି ସପ୍ତାହ କରିବା ପରେ ତ୍ୱଚାରେ ଚମକ ଆସିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories