ରାଇଫଲ ଓ ଯବାନଙ୍କ ପୋଷାକ କିଣାରେ ଖର୍ଚ୍ଚକାଟକୁ ରାହୁଲଙ୍କ ସମାଲୋଚନା

0

ନୂଆଦିଲ୍ଲୀ : ଅର୍ଥାଭାବରୁ କେନ୍ଦ୍ର ସରକାର ଭାରତୀୟ ସେନା ଯବାନଙ୍କ ପୋଷାକ ଖର୍ଚ୍ଚ ବାବଦ ପାଣ୍ଠିରୁ ଅର୍ଥ କାଟ୍‍ ସହ ଆବଶ୍ୟକତା ଅପେକ୍ଷା କମ୍‍ ରାଇଫଲ କ୍ରୟ କରୁଥିବା ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସଭାପତି ରହୁଲ ଗାନ୍ଧୀ ଏହାର ତୀବ୍ର ସମାଲୋଚନା କରିଛନ୍ତି। ‘ସରକାରଙ୍କ ସ୍ଲୋଗାନ୍‍ ଫମ୍ପା ମାଠିଆର ଶବ୍ଦ ଭଳି’ ବୋଲି କହିବା ସହ ‘ମେକ୍‍ ଇନ୍‍ ଇଣ୍ଡିଆ’ ଢ଼ାଞ୍ଚାରେ ଯବାନଙ୍କୁ ସେମାନଙ୍କ ପୋଷାକ ଓ ଜୋତା କିଣିବା ପାଇଁ ନିର୍ଦେଶ ଦେବାକୁ ସେ ପରିହାସ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଅର୍ଥାଭାବରୁ ସରକାର ଯୁଦ୍ଧକ୍ଷେତ୍ରରେ ଅତ୍ୟାବଶ୍ୟକ ରାଇଫଲ କିଣିବା କ୍ଷେତ୍ରରେ କାଟଛାଣ୍ଟ କରିଛନ୍ତି। ଏହାଛଡ଼ା ଯବାନଙ୍କ ପୋଷାକ କିଣିବା ପାଇଁ ସମ୍ପୃକ୍ତ କାରଖାନାକୁ କମ୍‍ ସଂଖ୍ୟାରେ ବରାଦ ଦିଆଯାଇଛି। ଯବାନମାନଙ୍କୁ ଏଣିକି ନିଜ ଖର୍ଚ୍ଚରେ ସ୍ଥାନୀୟ ବଜାରରୁ ପୋଷାକ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କୁହାଯାଇଛି। ଏହି ଖବର ନେଇ ସରକାର କିମ୍ବା ସେନାପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିବାବେଳେ ରାହୁଲ ଟ୍ୱିଟର ଯୋଗେ ଏହାର ସମାଲୋଚନା କରିଛନ୍ତି।

Leave A Reply