www.samajalive.in
Sunday, December 7, 2025
23.1 C
Bhubaneswar

୫୮ ଆସନରେ ଆଗୁଆ ସତ୍ବେ ଆପ୍‌କୁ ଲାଗିପାରେ ଝଟ୍‌କା, ପଛରେ ପଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ ଗଣତି ଜାରି ରହିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସୁବିଧାଜନକ ସ୍ଥିତିରେ ରହିଛି। ଦଳ ୫୮ ଆସନରେ ଆଗୁଆ ରହିଛି ଦିଲ୍ଲୀରେ ହାଟ୍ରିକ ମାରିବ ବୋଲି ଏକ ପ୍ରକାର ସ୍ପଷ୍ଟ ଜଣାପଡୁଛି। କିନ୍ତୁ ଏହା ସତ୍ବେ ଦଳକୁ କିଛିଟା ଝଟ୍‌କା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ପଛୁଆ ରହିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରବୀନ୍ଦ୍ର କୁମାର ନେଗୀଙ୍କଠାରୁ ପ୍ରାୟ ୧୫୦୦ ଭୋଟ ଦୂରରେ ରହିଛନ୍ତି। ସିଶୋଦିଆ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଡାହାଣ ହାତ ଭାବେ ଜଣାଶୁଣା। ସେ ଯଦି ନିର୍ବାଚନରେ ପରାଜିତ ହୁଅନ୍ତି, ତେବେ କେଜ୍ରିୱାଲ ଏବଂ ଦଳକୁ କିଛିଟା ଝଟ୍‌କା ମିଳିବ ବୋଲି ଆଲୋଚନା ହେଉଛି।

ଏହାବ୍ୟତୀତ ଆପ୍‌ର ଅନ୍ୟ କିଛି ନେତା ମଧ୍ୟ ପଛରେ ରହିଛନ୍ତି। ସକୁର ବସ୍ତି ଆସନରେ ଆପ୍‌ ପ୍ରାର୍ଥୀ ସତ୍ୟେନ୍ଦ୍ର ଜୈନ, କଲକାଜି ଆସନରେ ଆପ୍‌ର ଅତିଶି ଏବଂ ଶାହିନବାଗ ଅଞ୍ଚଳ ଆସୁଥିବା ଓଖଲା ଆସନରେ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲା ନିକଟତମ ପ୍ରତିଦ୍ବନ୍ଦ୍ବୀମାନଙ୍କଠାରୁ ପଛୁଆ ଅଛନ୍ତି। ସେହିପରି ଆପ୍‌ ଛାଡ଼ି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରା ମଡେଲ ଟାଉନ ଆସନରେ ଏବଂ କଂଗ୍ରେସରେ ଯୋଗଦେଇଥିବା ଅଳକା ଲାମ୍ବା ଚାନ୍ଦନୀଚୌକ ଆସନରେ ପଛରେ ପଡ଼ିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories