ମାଡ୍ରାସ୍‍ ହାଇକୋର୍ଟରେ ସର୍ବାଧିକ ମହିଳା ବିଚାରପତି

0

ଚେନ୍ନାଇ : ଦେଶର ଅନ୍ୟାନ୍ୟ ନ୍ୟାୟାଳୟ ତୁଳନାରେ ମାଡ୍ରାସ୍‍ ହାଇକୋର୍ଟରେ ସର୍ବାଧିକ ମହିଳା ବିଚାରପତି ଅଛନ୍ତି। ସୋମବାର ବିଚାରପତି ପି. ଟି ଆଶାଙ୍କ ନିଯୁକ୍ତିି ପରେ ଏହି ହାଇକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ମୁଖ୍ୟବିଚାରପତି ଇନ୍ଦିରା ବାନାର୍ଜୀ ବିଚାରପତି ଆଶାଙ୍କ ସମେତ ମୋଟ ୭ ଜଣ ଅତିରିକ୍ତ ବିଚାରପତିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ନବନିଯୁକ୍ତ ଅନ୍ୟ ବିଚାରପତିମାନେ ହେଲେ ଏମ୍‍. ନିର୍ମଳ କୁମାର, ସୁବ୍ରମଣ୍ୟମ ପ୍ରସାଦ, ଏନ୍‍. ଆନନ୍ଦ ଭେଙ୍କଟେଶ, ଜି. ଏମ୍‍ ଇଲାନ୍ଥିରୈୟାନ, କ୍ରିଷ୍ଣନ୍‍ ରାମେଶ୍ୱର ଏବଂ ସି. ଶ୍ରବଣନ୍‍। ଏହି କୋର୍ଟରେ ୭୫ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିବା ବେଳେ ଏଠାରେ ମୋଟ ୬୩ ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି। ତେବେ ୨୦୧୭ ଡିସେମ୍ବରରେ ବିଚାରପତି ଏସ୍‍ ରାମାଥିଲାଗମ୍‍, ଆର୍‍. ଥାରାନୀ, ଟି. କ୍ରିଷ୍ଣାବଳି ଏବଂ ଆର୍‍. ହେମଲତାଙ୍କ ନିଯୁକ୍ତି ସହିତ ମାଡ୍ରାସ ହାଇକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ସର୍ବାଧିକ ହୋଇଥିଲା।

Leave A Reply