www.samajalive.in
Monday, December 15, 2025
24.1 C
Bhubaneswar

ଉତ୍ପାଦ ବିକଶିତ ହେବା ଦରକାର: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

କଟକ:  ରାଜ୍ୟର ଉତ୍ପାଦଗୁଡିକ ବିକଶିତ ହେବା ଦରକାର। ଠିକଣା ବିକାଶ ହୋଇପାରିଲେ ଓଡ଼ିଶା ଉତ୍ପାଦିତ ବହୁ ଦ୍ରବ୍ୟର ପ୍ରସାର ଘଟିବ। ଓଡ଼ିଶାକୁ ବିକାଶର ଚରମ ପଥରେ ଆଗେଇ ନେବା ପାଇଁ କଠିନ ଶ୍ରମର ଆବଶ୍ୟକତା ରହିଛି ଏବଂ ଉତ୍କଳକୁ ଉତ୍କର୍ଷର ଚରମସୀମାରେ ପହଞ୍ଚାଇ ହେବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଙ୍ଗୀ କହିଛନ୍ତି। ଓଡ଼ିଶା ଶିଳ୍ପ ସଂଘ ଦ୍ୱାରା କିଲ୍ଲା ମଇଦାନରେ ଆୟୋଜିତ ‘ଆଞ୍ଚଳିକ ଶିଳ୍ପ ଓ ବାଣିଜ୍ୟ ମେଳା ୨୦୨୦’ର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଷଡଙ୍ଗୀ କଟକର ଗୁରୁତ୍ୱ ପ୍ରତିପାଦନ କରିବା ସହିତ ଓଡ଼ିଶାର ଶିଳ୍ପର ଜନ୍ମଦାତା ଉତ୍କଳଗୌରବ ମଧୁସୂଦନଙ୍କ ସ୍ମୃତିଚାରଣ କରିଥିଲେ। ଏହାଛଡା ଓଡ଼ିଶାର କଳା, ସ୍ଥାପତ୍ୟଠୁଁ ଆରମ୍ଭ କରି ପାନରୁ ମୀନ ପର୍ଯ୍ୟନ୍ତ ଏବଂ ଝୋଟ, ମସଲା, ମାଣିଆବନ୍ଧ ପାଟ ଆଦି ବହୁ ଉତ୍ପାଦ ଠିକଣା ବିକାଶର ଅଭାବରୁ ପ୍ରସାରଠୁଁ ଦୂରରେ ରହିଯାଉଛନ୍ତି ବୋଲି ଦର୍ଶାଇଥିଲେ। ଚାକିରିଆ ବହୁତ ବାହାରିଲେଣି, ଏବେ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି ହେବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ।

ପାଞ୍ଚଦିନର ଏହି ମେଳାକୁ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରବିବାର ସନ୍ଧ୍ୟାରେ ଉଦ୍‍ଘାଟନ କରିଥିଲେ। ଓଡ଼ିଶା ଶିଳ୍ପ ସଂଘର ଅଧ୍ୟକ୍ଷ ଅବନୀ କାନୁନଗୋଙ୍କ ପୌରୋହିତ୍ୟରେ ଆନୁଷ୍ଠିତ ଏହି ଉଦ୍‍ଘାଟନୀ ସଭାରେ ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ର, ବାରବାଟୀ କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍‍, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଏମ୍‍ଏସ୍‍ଏମ୍‍ଇର ଉପନିର୍ଦେଶିକା ପ୍ରଜ୍ଞାସ୍ମତି ସାହୁ, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଓ ଉତ୍ସବର ସଂଯୋଜକ ପ୍ରଫୁଲ୍ଲ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଶିଳ୍ପ ସଂଘ ପକ୍ଷରୁ ମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏମଏସଏମଇର ସହ ନିର୍ଦେଶକ ବିକ୍ରମ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଆଙ୍ଗିକ ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନେ ଗୁରୁ ଶ୍ରାବଣୀ ମିତ୍ରଙ୍କ ନିର୍ଦେଶନାରେ ଓଡ଼ିଶୀ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ମଲ୍ଲିକା ମିତ୍ର ପରିବେଷଣ କରିଥିଲେ ଶିବ ସ୍ତୁତି। ରକ୍‍ ଡ୍ୟାନ୍ସ ଗ୍ରୁପ୍‍ର କଳାକାରମାନେ ଆଧୁନିକ ଓ ବନ୍ଦିତା ଡ୍ୟାନ୍ସ ଗ୍ରୁପ୍‍ର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲା ବେଳେ ସାଇ ପ୍ରସାଦ ଓ ଜଲି ଦେ ସଂଗୀତ ପରିବେଷଣ କରିଥିଲେ। ମଞ୍ଚ ସଞ୍ଚାଳନା କରିଥିଲେ ପିଙ୍କି ଝା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories