ବର୍ଷକୁ ୨୦ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି
ନୂଆଦିଲ୍ଲୀ: ଗୁଜରାଟରେ ଭାରତୀୟ ବାୟୁସେନାର ଏକ ଲଢ଼ୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜଣେ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ଭାରତରେ ଏହି ଘଟଣା ନୂଆ ନୁହେଁ। ବିଗତ ୨୦ ବର୍ଷ ଭିତରେ ଭାରତୀୟ ବାୟୁସେନାର ୩୯୪ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୧୫୨ ଜଣ ପାଇଲଟ୍ଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ୧୯୯୯ରେ ସର୍ବାଧିକ ୧୭ ଜଣ ପାଇଲଟଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଗତ ୨୦ ବର୍ଷରେ ୧୯୮ଟି ମିଗ୍ ଏୟାର କ୍ରାଫ୍ଟ ଉଡ଼ନ୍ତା କଫିନ୍ ହୋଇସାରିଛି। ସେହିପରି ୨୪ଟି ଏଚଏଲ୍ ନିର୍ମିତ ଚିତା ହେଲିକପ୍ଟର, ରୁଷିଆ ନିର୍ମିତ ଏମ୍ଆଇ ୧୭ ହେଲିକପ୍ଟର, ୧୪ଟି ଚେତକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।