କୋଟିପତି କୁକୁର !

0

ଯୁଗ ବଦଳିବା ସହ କେବଳ ଯେ ମନୁଷ୍ୟ ସମାଜର ଉନ୍ନତି ହେଉଛି, ତା’ ନୁହେଁ; ବରଂ ଏହା ଦ୍ବାରା ପ୍ରାଣୀଜଗତ ମଧ୍ୟ ଲାଭବାନ୍ ହେଉଛନ୍ତି। ଆମ ଦେଶରେ କୁକୁରର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିିଛି। ଅଧିକାଂଶ ଲୋକେ ପୋଷା କୁୁକୁରଟିଏ ରଖିବାକୁ ପସନ୍ଦ କରୁଛନ୍ତି। ଗୁଜରାଟ୍‌ର ମେହସାଣା ଜିଲାର ପଞ୍ଚୋତ ଗ୍ରାମବାସୀ ମଧ୍ୟ କୁକୁରପ୍ରେମୀ।

ଏଠାରେ ଥିବା ଏକ ଟ୍ରଷ୍ଟ ‘ମଧ ନି ପତି କୁତରିୟା’ କୁକୁରଙ୍କ ସେବାରେ ଗତ କିଛି ବର୍ଷ ହେବ କାମ କରୁଛି। ଟ୍ରଷ୍ଟ ନିକଟରେ ୨୧ ଗୁଣ୍ଠ ଜମି ଅଛି। ସ୍ଥାନୀୟ ଅଞ୍ଚଳର ଧନିକ ଲୋକେ ଏହି ଜମି ଟ୍ରଷ୍ଟକୁ ଦାନ କରିଥିଲେ। ଉଦ୍ଦେଶ୍ୟ ଥିଲା ଯେ ଜମି ଚାଷରୁ ଆୟ ହେଉଥିବା ଅର୍ଥରେ କୁକୁରଙ୍କ ଦେଖାରଖା କରାଯିବ। ତେବେ ଜମି ନିକଟରେ ଏବେ ଜାତୀୟ ରାଜପଥ ନିର୍ମିତ ହେବାରୁ ଜମିର ଦର ଆକାଶଛୁଆଁ ହୋଇଛି। ମିଳିଥିବା ଖବର ଅନୁସାରେ, ଏହି ୨୧ଗୁଣ୍ଠ ଜମିର ମୂଲ୍ୟ ଏବେ ୭୦ କୋଟି ଟଙ୍କା।

ଟ୍ରଷ୍ଟ ହେପାଜତରେ ୭୦ଟି କୁକୁର ଥିବାବେଳେ ସବୁ କୁକୁର ଆନୁମାନିକ ୧କୋଟି ଟଙ୍କାର ମାଲିକ। ଟ୍ରଷ୍ଟର ଅଧ୍ୟକ୍ଷ ଛଗନ ଭାଇ ପଟେଲ କହିଛନ୍ତି, ଗ୍ରାମର ଧନିକ ଲୋକେ ଜମିର ଦର ବୃଦ୍ଧି ସମ୍ପର୍କରେ ଅବଗତ, ହେଲେ ସେମାନେ ଲୋଭ ନ କରି ବରଂ କୁକୁରଙ୍କ ସେବାରେ ଅଧିକ ଧ୍ୟାନ ଦେଇଛନ୍ତି। କୁକୁରଙ୍କ ଦେଖାରେଖା ନିମନ୍ତେ ୪ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ଦୈନିକ ୨୦-୩୦ କିଲୋ ଅଟାର ରୁଟି ସେମାନଙ୍କ ଭୋଜନ ପାଇଁ ତିଆରି କରାଯାଏ।

Leave A Reply