‘ନିଟ୍‍’ ପାଇଁ ସର୍ବାଧିକ ବୟସ ସୀମା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନୋଟିସ

0

ନୂଆଦିଲ୍ଲୀ : ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବାଧିକ ବୟସ ସୀମା ୨୫ବର୍ଷକୁ ଧାର୍ଯ୍ୟ କରାଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ତଥା ମେଡିକାଲ କାଉନ୍‍ସିଲ ଅଫ ଇଣ୍ଡିଆଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ବିଚାରପତି ଆଦର୍ଶ କୁମାର ଗୋୟଲ ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ପୀଠ ୧୭୦ଜଣ ଆଶାୟୀ ପ୍ରାର୍ଥୀଙ୍କର ଏ ସଂକ୍ରାନ୍ତ ଆବେଦନ ଉପରେ ସୋମବାର କେନ୍ଦ୍ର ସରକାର, ସିବିଏସ୍‍ଇ ଓ କେରଳ ରାଜ୍ୟ ସରକାରଙ୍କୁ ନୋଟିସ୍‍ ଜାରି କରିଛନ୍ତି। ଜବାବ ମିଳିବା ପରେ ଆସନ୍ତା ଜୁଲାଇ ୧୦ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଏମ୍‍ସିଆଇ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୨୫ ଓ ସଂରକ୍ଷିତ ବର୍ଗଙ୍କ ପାଇଁ ୩୦ବର୍ଷ ଧାର୍ଯ୍ୟ କରାଯିବା ଦାବିକୁ ଅଗ୍ରାହ୍ୟ କରିଦେଇଥିଲା। ଏହାର ପ୍ରତିବାଦରେ ଆବେଦନକାରୀ ଗୋଷ୍ଠୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ; ଯାହାକୁ ହାଇକୋର୍ଟ ମେ ୧୧ରେ ଖାରଜ କରିଦେଇଥିଲେ। ଏହା ବିରୋଧରେ ଆବେଦନକାରୀ ସୁପ୍ରିମକୋର୍ଟକୁ ଯାଇଛନ୍ତି।

Leave A Reply