ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ : ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଦେଶର ବିକାଶ ଯାତ୍ରାରୁ ଆଶାନୁରୂପ ସୁଫଳ ପାଇ ନ ଥିବା ଲୋକମାନଙ୍କ ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରିବା ଦିଗରେ ରାଜ୍ୟପାଳମାନେ ସାହାଯ୍ୟ କରିପାରିବେ ବୋଲି  ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ରାଜ୍ୟପାଳ ଓ ଉପ-ରାଜ୍ୟପାଳମାନଙ୍କ ୪୯ତମ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଯେ, ଦେଶର ପ୍ରାୟ ୧୦୦ ନିୟୁତ ଅନୁସୂଚିତ ଜନଜାତି ଶ୍ରେଣୀର ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁଚ୍ଛେଦ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ବସବାସ କରୁଛନ୍ତି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳମାନେ ରାଜ୍ୟ ସରକାରମାନଙ୍କୁ ପଥ ପ୍ରଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ।  ଦେଶର ଶତକଡ଼ା ୬୯ ଭାଗ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି ଏବଂ ରାଜ୍ୟପାଳମାନେ ଅଧିକାଂଶ ବିଶ୍ୱବିଦ୍ୟାଳୟଗୁଡ଼ିକର କୂଳାଧିପତି ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ଏବଂ ଶିକ୍ଷକମାନଙ୍କ ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ଓ ସମୟବଦ୍ଧ  ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବାପାଇଁ ରାଜ୍ୟପାଳମାନେ ପଦକ୍ଷେପ ନେଇପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି।
ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।  ଆଭ୍ୟନ୍ତରୀଣ ନିରାପତ୍ତା, ସ୍ୱଚ୍ଛ  ଭାରତ ମିଶନ, ଉଚ୍ଚଶିକ୍ଷା ଏବଂ କୌଶଳ ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ମୁଖ୍ୟତଃ ଭାବେ ଆଲୋଚନାରେ ସ୍ଥାନ ପାଇବାର ଆଶା କରାଯାଉଛି।

Leave A Reply