ନିଟ୍‍ ପରୀକ୍ଷାରେ ବିହାର କଳ୍ପନା ଟପର

0

ନୂଆଦିଲ୍ଲୀ:କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋଡ଼ ଦ୍ୱାରା ନ୍ୟାସନାଲ ଏଲିଜିବିଲିଟି କମ୍‍ ଏଣ୍ଟ୍ରାନ୍ସ ପରୀକ୍ଷା(ଏନଇଇଟି)ରେ ବିହାରର କଳ୍ପନା କୁମାରୀ ସର୍ବାଧିକ ନମ୍ବର ରଖି ଟପର ହୋଇଛନ୍ତି। କଳ୍ପନାଙ୍କୁ ୯୯.୯୯ପ୍ରତିଶତ ନମ୍ବର ମିଳିଛି। ଫିଜିକ୍ସରେ ୧୮୦ରୁ ୧୭୧ ନମ୍ବର, କେମିଷ୍ଟ୍ରିରେ ୧୮୦ରୁ ୧୬୦ ନମ୍ବର ଓ ବାୟୋଲୋଜିରେ ୩୬୦ରୁ ୩୬୦ ନମ୍ବର କଳ୍ପନାଙ୍କୁ ମିଳିଛି। ମୋଟ୍‍ ୭୨୦ ନମ୍ବରରୁ ୬୯୧ନମ୍ବର ପାଇ ନିଟ୍‍ ପରୀକ୍ଷାରେ କଳ୍ପନା ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ତେଲେଙ୍ଗାନାର ରୋହତ ପୁରୋହିତ ନିଟ୍‍ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସମଗ୍ର ଦେଶରୁ ୧୩ଲକ୍ଷ ୨୬ହଜାର ୭୨୫ଜଣ ଛାତ୍ରଛାତ୍ରୀ ନିଟ୍‍ ପରୀକ୍ଷାରେ ଅବତିର୍ଣ୍ଣ ହୋଇଥିବାବେଳେ ୧୩୬ଟି ସହରରେ ୨୨୫୫ପରୀକ୍ଷା କେନ୍ଦ୍ରରେ ନିଟ୍‍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Leave A Reply