ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା

0

ଭୁବନେଶ୍ବର: ଓଡିଶା ସମେତ ୧୪ଟି ରାଜ୍ୟରେ ସର୍ତକ ସୂଚନା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆ, ଉତ୍ତରାଖଣ୍ଡ ଓ ଆନ୍ଧପ୍ରଦେଶରେ ଝଡ ତୋଫାନ ହେବା ସହ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରପଡା, ପୁରୀ, ଖୋର୍ଦ୍ଧା ଓ କଟକରେ ଘଡଘହି ସହ କୁଆପଥର ବର୍ଷା ହେବାର ଆଶଙ୍କା କରାଯାଉଛି । ଏହି ସମୟରେ ବଜ୍ରପାତର ଯଥେଷ୍ଟ ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ଝଡବାତ୍ୟା ହେବାର ସମ୍ଭାବନା ରହିଛି ।  ସୂଚନାଯୋଗ୍ୟ, ଗତକାଲି ଝାରସୁଗୁଡା କୋଲାବିରାରେ ୫ ସେମି ବର୍ଷା ରେକର୍ଡ କରାଯାଇଛି ।

Leave A Reply