ବିହାରରେ ଜେଡିୟୁ ୨୫ ଏବଂ ବିଜେପି ୧୫ ଆସନରେ ନିର୍ବାଚନ ଲଢିବେ : ଅଜୟ ଆଲୋକ

0

ପାଟନା : ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି। ଆସନ ବଣ୍ଟନକୁ ନେଇ ମେଣ୍ଟ ଦଳଗୁଡ଼ିକରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିହାରର ମୋଟ ୪୦ ଲୋକସଭା ଆସନ ପାଇଁ ବିଜେପି ଏବଂ ଜେଡିୟୁ ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ହୋଇଯାଇଥିବା ସୂଚନା ମିଳିଛି। ବିହାରରେ ସଂଯୁକ୍ତ ଜନତ ଦଳ (ଜେଡିୟୁ) ୨୫ଟି ଏବଂ ଭାରତୀୟ ଜନତା ଦଳ (ବିଜେପି) ୧୫ଟି ଆସନରେ ନିର୍ବାଚନ ଲଢିବେ ଓ ସ୍ଥିତି ସ୍ପଷ୍ଟ ବୋଲି ଜେଡିୟୁ ମୁଖପାତ୍ର ଅଜୟ ଆଲୋକ କହିଛନ୍ତି। ସେହିପରି ବିହାରରେ ଏନ୍‍ଡିଏ ମେଣ୍ଟର ଚେହେରା ନୀତୀଶ କୁମାର ହେବେ ବୋଲି ସେ ପ୍ରକାଶ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆବାସରେ ଜେଡିୟୁ କୋର କମିଟି ବୈଠକ ହୋଇଥିଲା। ବୈଠକ ପରେ ଜେଡିୟୁ ମୁଖପାତ୍ର ଅଜୟ ଆଲୋକ କହିଥିଲେ ଯେ ଏନଡିଏରେ ଜେଡିୟୁ ସାମିଲ ଥିବାରୁ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଥିଲା। ଦଳର ଶୀର୍ଷ ନେତା ଏକାଠି ହୋଇ ଏହାର ନିଷ୍ପତ୍ତି ନେବେ। ଜେଡିୟୁ ବିହାରର ସବୁଠୁ ବଡ଼ ଦଳ। ତେଣୁ ଜେଡିୟୁ ୨୫ଟି ଏବଂ ବିଜେପି ୧୫ଟି ଆସନରେ ନିର୍ବାଚନ ଲଢିବେ ବୋଲି ଆଶା କରାଯାଉଛି।

Leave A Reply