www.samajalive.in
Wednesday, December 10, 2025
26.1 C
Bhubaneswar

ସମବାୟ ସମିତିରେ ୫୦୦ କୋଟିର ଦୁର୍ନୀତି : ରୋଗ ବହୁ ପୁରୁଣା – ସମବାୟ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗତ ୩ ବର୍ଷ ଭିତରେ ବିଭିନ୍ନ ସମବାୟ ସମିତିରେ ପ୍ରାୟ ୫୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁୁର୍ନୀତି ହୋଇଛି। ଯଦି ୨୦୧୬ ପରର ହିସାବ ସମୀକ୍ଷା କରାଯିବ ତେବେ ଏହି ପରିମାଣ ଆକଳନ କରିହେବ ନାହିଁ ଅର୍ଥାତ୍ ଶତାଧିକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଶୁକ୍ରବାର ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗୀୟ ସମୀକ୍ଷା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟର ସବୁ ସମବାୟ ସମିତିରେ ବିଭିନ୍ନ ପ୍ରକାରର ଦୁର୍ନୀତି ରୋଗ ଭରି ରହିଛି। ସେଥିରେ ଋଣ ଜାଲିଆତି,ବିନା ଅନୁମୋଦନରେ ନିଯୁକ୍ତି ଭଳି ବିଭିନ୍ନ ଦୁର୍ନୀତି ରହିଛି। ହେଲେ ଏହି ରୋଗ ଆଜିର ନୁହେଁ, ଏହା ବହୁ ପୁରୁଣା। ତେଣୁ ଏହାକୁ ଏକା ଦିନକେ ଭଲ କରିହେବ ନାହିଁ। ସମିତିଗୁଡିକରୁ ଦୁର୍ନୀତି ହଟାଇବା ସହିତ ଏହାକୁ କିଭଳି ସୁଦୃଢ଼ ଓ ସ୍ବୟଂଚାଳିତ କରାଯାଇ ପାରିବ ସେନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ ହାତକୁ ନିଆଯାଇଛି। ରାଜ୍ୟରେ ଖାଲି କେନ୍ଦ୍ରାପଡା, ଜଗତସିଂହପୁର ସମବାୟ ସମିତି ନୁହେଁ ସବୁ ସମବାୟ ସମିତିରେ ଦୁର୍ନୀତି ଏତେ ବଢ଼ି ଯାଇଛି ଯେ ତା’ର ହିସାବ କଳନା ବାହାରେ।
ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟର ସବୁ ପ୍ରାଥମିକ ସମବାୟ ସମିତି(ପାକ୍ସ)ରେ କିଛି ନା କିଛି ଦୁର୍ନୀତି ରହିଛି। ଏହାର ମୂଳୋତ୍ପାଟନ ଲାଗି ତୃତୀୟ ପକ୍ଷକୁ ତଦାରଖ ଦାୟିତ୍ବ ଦିଆଯିବା ରହିଛି, ନଚେତ୍ ଅବସରପ୍ରାପ୍ତ ଦକ୍ଷ କର୍ମଚାରୀଙ୍କୁ ନେଇ ସେସବୁ ହିସାବ କରାଯିବ। ସମୀକ୍ଷା ପରେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେ କହିଛନ୍ତି ଯେ ରାଜ୍ୟରେ ଆଜି ସୁଦ୍ଧା ୧୯୨୬ଟି ପାକ୍ସର କାର୍ଯ୍ୟକାଳ ଶେଷ ହୋଇଛି। ଫେବୃଆରୀ ସୁଦ୍ଧା ଆଉ ୯୯୭ଟିର କାର୍ଯ୍ୟକାଳ ଶେଷ ହେବାକୁ ରହିଥିବାବେଳେ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ୨୯୮୬କୁ ଛୁଇଁବ। ତେବେ ଏଥିମଧ୍ୟରେ କଟକ-ଖକୁ ବାଦ୍ ଦେ​‌େ​‌ଲେ ଅନ୍ୟ ପ୍ରାୟ ସବୁ ପାକ୍ସଗୁଡିକର କାର୍ଯ୍ୟକାଳ ଆସନ୍ତାମାସ ସୁଦ୍ଧା ଶେଷ ହେବ। ଏହାସହିତ ରାଜ୍ୟରେ ଥିବା ୧୧୯ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମଧ୍ୟରୁ ଏପ୍ରିଲ ସୁଦ୍ଧା ୬୭ଟିର ସମୟ ଶେଷ ହେଉଥିବାବେଳେ ମେ’ ସୁଦ୍ଧା ଆଉ ୪୭ଟିର କାର୍ଯ୍ୟକାଳ ଶେଷ ହେବ। ରାଜ୍ୟରେ ଏପର୍ଯ୍ୟନ୍ତ ବିନା ନିର୍ବାଚନରେ ୫ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଚାଲୁ ରହିଛି। ତେବେ ସରକାରଙ୍କ ସମବାୟ ନିୟମ ଗୋଟିଏ କଥା କହୁଥିବାବେଳେ ସମବାୟ ବିଭାଗରେ ଏହା ଦୀର୍ଘଦିନ ଧରି ଉଲ୍ଲଘଂନ ହୋଇ ଆସୁଛି। ସମ୍ବିଧାନର ୯୭ତମ ନିୟମ ତଥା ଓସିଏସ ଆଇନ-୨୦୧୧ର ପୂର୍ବ ଆଇନ ଅନୁଯାୟୀ ଯେଉଁଠାରେ ସମବାୟ ବ୍ୟାଙ୍କର କାର୍ଯ୍ୟକାଳ ଶେଷ ହେବ ସେଠାରେ ରେଜିଷ୍ଟ୍ରାରଙ୍କ ନିକଟକୁ ଦାୟିତ୍ବ ହସ୍ତାନ୍ତର ହେବ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନିୟମ ୨୦୧୩ ସଂଶୋଧନ ଅଣାଯାଇଥିଲା। ୨୦୧୩ ନିୟମ ଅନୁଯାୟୀ ପାକ୍ସର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। ହେଲେ ରାଜ୍ୟ ସରକାର ଏବେ ପାକ୍ସର କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ସେଦିଗରେ ପଦକ୍ଷେପ ନେଇ ନାହାନ୍ତି। ଦୀର୍ଘବର୍ଷ ଧରି ସରକାରଙ୍କ ପକ୍ଷରୁ ପାକ୍ସଗୁଡିକୁ କମ୍ପ୍ୟୁଟରୀକରଣ କରିବାକୁ ଉଦ୍ୟମ କରାଯାଇଥିଲେ ବି ପାକ୍ସଗୁଡିକ ଏହାକୁ ଏପର୍ଯ୍ୟନ୍ତ ଆପଣାଉ ନାହାନ୍ତି। ଯାହାଫଳରେ ଦୁର୍ନୀତିର ଚେର ଲମ୍ବି ଚାଲିଛି । ଏବେ ଯେଉଁ ପାକ୍ସଗୁଡିକର କାର୍ଯ୍ୟକାଳ ଶେଷ ହୋଇଛି ସେଠାରେ ସମବାୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି। ସମବାୟ ନିର୍ବାଚନ ପୂର୍ବରୁ ପାକ୍ସ ଓ ଲ୍ୟାମ୍ପ୍ସଗୁଡିକୁ ସଜଡାଯିବ। ସମବାୟ ନୀତି ନିୟମ ଅନୁଯାୟୀ ପୁନଃଗଠନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହୁଥିବାବେଳେ ଏହା ସମବାୟ ଆଇନର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories