ମଧ୍ୟପ୍ରଦେଶରେ ୬୦ଲକ୍ଷ ଜାଲ୍‍ ଭୋଟର

0

ଭୋପାଳ/ ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ରାଜ୍ୟର ଭୋଟର ତାଲିକାରେ ଜାଲିଆତି କରାଯାଇଥିବା ନେଇ ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ କଂଗ୍ରେସର ଅଭିଯୋଗ ଅନୁଯାୟୀ ରାଜ୍ୟରେ ୬୦ଲକ୍ଷ ଜାଲ ଭୋଟର ରହିଛନ୍ତି। କଂଗ୍ରେସ କହିଛି ଯେ ଶାସକ ଦଳ ବିଜେପିର ପ୍ରରୋଚନାରେ ଜାଲ୍‍ ଭୋଟରଙ୍କ ନାମ ଭୋଟର ତାଲିକାରେ ପ୍ରକାଶ କରାଯାଇଛି। ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ କହିଛନ୍ତି ଯେ ରାଜ୍ୟର ଲୋକସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭୋଟର ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଯାହାକି ସମ୍ପୂର୍ଣ୍ଣ ରୂପେ ଅସମ୍ଭବ। ତେଣୁ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଏହି ଜାଲ୍‍ ଭୋଟରଙ୍କୁ ବାଦ୍‍ ଦିଆଯିବା ଦରକାର। କଂଗ୍ରେସର ଏହି ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ଇସି ନିର୍ଦେଶ ଦେଇଛନ୍ତି। ଏଥିପାଇଁ ୪ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ୨ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ଏହି ଦଳ ନରେଲା, ଭୋଜପୁର, ହୋସଙ୍ଗାବାଦ ଓ ସେଓନି ନିର୍ବାଚନମଣ୍ଡଳୀରେ ଘର ଘର ବୁଲି ତଦନ୍ତ କରିବେ। ଜୁନ୍‍ ୭ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

Leave A Reply