ପିଲାଚୋର ସନ୍ଦେହରେ ମାଡ ; ୨ ଡକାୟତ ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲା ସମଲ ଥାନା ଅର୍ନ୍ତଗତ ବାରୁଆଁ ନାସି ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତିନିଜଣ ଅଜଣା ବ୍ୟକ୍ତିଙ୍କୁ ରାସ୍ତାକଡରେ ଛିଡାହୋଇଥିବା ଦେଖି ସ୍ଥାନୀୟଲୋକ ନିସ୍ତୁକ ମାଡ ମାରିଛନ୍ତି। ଏହି ମାଡମାରିବା ସମୟରେ ଜଣେ ଅଭିଯୁକ୍ତ ସ୍ଥାନ ଛାଡି ଫେରାର ହୋଇଯାଇଥିଲା। ସମଲଥାନା ପୁଲିସ ଖବରପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସର ପ୍ରଥମିକ ତଦନ୍ତରେ ସେମାନଙ୍କ ଠାରୁ ଗୋଟିଏ ବାଇକ ଓ ଦୁଇଟି ଭୁଜାଲି ଜବତ କରିଛି। ଏହି ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଛିନତାଇ, ଡକାୟତି ଆଦି ମାମଲା ରହିଛି।

Leave A Reply