Patra electronics

ୱେଟିଂ ଇ-ଟିକଟ ଯାତ୍ରୀ ମଧ୍ୟ କରିପାରିବେ ଟ୍ରେନ ଯାତ୍ରା

0

ନୂଆଦିଲ୍ଲୀ: ଏଣିକି ୱେଟିଂ ଇ-ଟିକେଟ କାଟିଥିବା ଯାତ୍ରୀ ଟ୍ରେନରେ ଯାତ୍ରା କରିପାରିବେ। ସର୍ବୋଚ୍ଚ ନ୍ୟାୟାଳୟ ରେଳବାଇ ସମ୍ପର୍କିତ ଏକ ମାମଲାର ଶୁଣାଣିରେ ଏଭଳି ରାୟ ପ୍ରଦାନ କରିଛନ୍ତି। ପୂର୍ବରୁ ୱେଟିଂ ଇ-ଟିକଟ କିଣୁଥିବା ଯାତ୍ରୀ ଟିକଟ କନଫାର୍ମ ନହେଲେ ଟ୍ରେନରେ ଯାତ୍ରା କରିବାର ଅନୁମତିରୁ ବଞ୍ଚିତ ହେଉଥିଲେ। ଅବଶ୍ୟ ରେଳବାଇ ଇ-ଟିକଟର ମୂଲ୍ୟ ଉକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଉଥିଲେ। ତେବେ ସୁପ୍ରିମ କୋର୍ଟର ନୂଆ ରାୟ ପରେ ଏହି ଟିକଟ ନେଇ ଯାତ୍ରୀ ଟ୍ରେନରେ ଯାତ୍ରା କରିପାରିବେ। ସୁପ୍ରିମ କୋର୍ଟର ଏଭଳି ରାୟ ପରେ ରେଳବାଇ ପକ୍ଷରୁ କୌଣସି ପ୍ରକ୍ରିକ୍ରିୟା ପ୍ରକାଶ କରାଯାଇ ନାହିଁ। ୨୦୧୪ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ମାମଲାର ଶୁଣାଣିରେ ମାନ୍ୟବର କୋର୍ଟ କାଉଣ୍ଟର ଟିକଟ ପରି ଇ-ଟିକଟକୁ ମଧ୍ୟ ଟ୍ରେନ ଯାତ୍ରା କରିବାର ସୁଯୋଗ ଦେବା ଉଚିତ ବୋଲି ରାୟ ପ୍ରକାଶ କରିଥିଲେ। ଏହି ମାମଲାରେ ରେଳବାଇ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିଲେ। ତେବେ ସୁପ୍ରିମ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ଟ୍ରେନ ଟିକଟ ଦଲାଲଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।
୨୦୧୪ରେ ବିଭାଷ କୁମାର ଝା ନାମକ ଜଣେ ବ୍ୟକ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଇ-ଟିକଟକୁ ମଧ୍ୟ କାଉଣ୍ଟର ଟିକଟ ସଦୃଶ୍ୟ ମାନ୍ୟତା ଦେବାକୁ ଆବେଦନ କରିଥିଲେ। କାଉଣ୍ଟର ୱେଟିଂ ଟିକଟରେ ଯାତ୍ରୀ ଯାତ୍ରା କରୁଥିଲେ ମଧ୍ୟ ୱେଟିଂ ଇ-ଟିକଟରେ ଯାତ୍ରୀଙ୍କୁ ଟ୍ରେନରେ ଚଢିବାର ଅନୁମତି ମିଳି ନଥାଏ। ପରବର୍ତ୍ତୀ ସମୟରେ କାଉଣ୍ଟର ୱେଟିଂ ଟିକଟ ଯାତ୍ରୀଙ୍କୁ କନଫର୍ମ ଯାତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ଆସନ ମିଳୁଥିଲା। ହେଲେ ଇ-ଟିକଟ ଯାତ୍ରୀଙ୍କୁ ଏଭଳି ସୁଯୋଗରୁ ବଞ୍ଚିତ କରାଯାଉ ଥିଲା। ଶ୍ରୀ ଝା ଏଭଳି ପାତରଅନ୍ତର ନୀତି ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।

Leave A Reply