ବିହାରକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ନୀତୀଶଙ୍କ ଦାବି କୁମ୍ଭୀର କାନ୍ଦଣା: ଶତୃଘ୍ନ

0

ପାଟନା : ସାଧାରଣ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଦାବି କରିବା କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ଅସନ୍ତୁଷ୍ଟ ବିଜେପି ନେତା ତଥା ପାଟନା ସାହେବ ସାଂସଦ ଶତୃଘ୍ନ ସିହ୍ନା। ନିର୍ବାଚନ କବାଟ ବାଡ଼େଇବା ଆରମ୍ଭ କରିବାବେଳକୁ ରାଜ୍ୟର ଶାସକ ଏନ୍‍ଡିଏ କେନ୍ଦ୍ରର ଏନ୍‍ଡିଏ ସରକାର ନିକଟରେ ଏଭଳି ପୁରୁଣା ଦାବି ଉତ୍ଥାପନ କରିବା ଅର୍ଥ କୁମ୍ଭୀର କାନ୍ଦଣା କାନ୍ଦିବା। ଏ ନେଇ ନୀତୀଶଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ କୁମାର ମୋଦି ଓ ଏନ୍‍ଡିଏ ଅଂଶୀଦାର ଏଲଜେପି ନେତା ରାମବିଳାସ ପାଶ୍ୱାନ ସମର୍ଥନ କରିବା ମଧ୍ୟ ହାସ୍ୟାସ୍ପଦ। କେନ୍ଦ୍ରର ଏନ୍‍ଡିଏ ସରକାର ଏବେ ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବା କେବଳ ପ୍ରଚାର ସର୍ବସ୍ୱ; ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବାବେଳେ ଅନେକ କିଛି କାମ କରିବାକୁ ବାକିଥିବା ସେ ସତର୍କ କରାଇ ଦେଇଛନ୍ତି। ଏନ୍‍ଡିଏ ବନ୍ଧୁମାନେ କିଛି କରିବା ଆରମ୍ଭ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Leave A Reply