ତିନି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଜେପି ଲଢିବ ନିର୍ବାଚନ !

0

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଆଗାମୀ ତିନୋଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ନିଜର ମୁଖ୍ୟମନ୍ତ୍ରୀମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେମାନଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ପାଇଁ  ଦଳ ନିଷ୍ପତ୍ତି ନେଇଛି। ଦଳର ଦୁଇ ବରିଷ୍ଠ ନେତା ଏ ସଂପର୍କରେ ସୂଚନା ଦେଇଛନ୍ତି।
ବିଜେପି ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ନେତୃତ୍ୱରେ ଲଢିବ ବୋଲି ଜଣାପଡିଛି। ସଦ୍ୟ ସମାପିତ ବିଧାନସଭା ନିର୍ବାଚନ ଏବଂ ପୂର୍ବରୁ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳ ଅନକେ ସ୍ଥାନରେ ପରାଜୟ ବରଣ କରିବା ପରେ ଏହି ତିନୋଟି ରାଜ୍ୟର ନିର୍ବାଚନରେ ନେତୃତ୍ୱ ପରିବର୍ତ୍ତିତ ନେଇ ଶୁଣିବାକୁ ମିଳୁଥିଲା। ତେବେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ ବୋଲି କୁହାଯାଉଛି।

Leave A Reply