ନମୋ ଆପ୍‍ରେ ଭୋଟର କରିବେ ପ୍ରାର୍ଥୀ ଚୟନ

0

ନୂଆଦିଲ୍ଲୀ: ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଓ ବିଧାୟକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଟିକିନିଖି ଖବର ନିଜେ ରଖୁ ଥିବା ବେଳେ ସ୍ଥାନୀୟ ଜନତାଙ୍କୁ ତାଙ୍କ ପ୍ରତିନିଧି ସମ୍ପର୍କରେ ପଚାରି ବୁଝିବେ ମୋଦି। ଅର୍ଥାତ ଏଣିକି ଜନତା ସ୍ଥିର କରିବେ ତାଙ୍କ ଅଞ୍ଚଳର ବିଧାୟକ ଓ ସାଂସଦ ପ୍ରାର୍ଥୀ। ଏଥିପାଇଁ ପ୍ରଧାନମନ୍ତ୍ରୀ “ନମୋ’ ଆପର ସହଯୋଗରେ ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ଅଞ୍ଚଳର ବିଧାୟକ ଓ ସାଂସଦ ସମ୍ପର୍କରେ ଅବଗତ ହେବେ। ଏହା ବ୍ୟତୀତ ନିଜ ନିର୍ବାଚନ କ୍ଷେତ୍ରରେ ଲୋକସଭା ଓ ରାଜ୍ୟସଭାରେ ସବୁଠାରୁ ଲୋକପ୍ରିୟ ନେତା ସମ୍ପର୍କରେ ମଧ୍ୟ ପଚାରି ବୁଝିବେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ସର୍ଭେକ୍ଷଣ ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବ୍ୟତୀତ ଉକ୍ତ ଆପ ଦ୍ୱାରା ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଭୋଟରଙ୍କୁ ପଚାରି ବୁଝିବେ। ସରକାରୀ ଯୋଜନା ସଠିକ ଭାବରେ ଜନତାଙ୍କ ନିକଟରେ ପହଞ୍ଚୁଛି, ଅଥବା ଯୋଜନା ସମ୍ପର୍କରେ ଜନତା କେତେ ଜାଣିଛନ୍ତି ଏ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିବେ।

Leave A Reply