କାର ଧକ୍କାରେ ୩ ମୃତ ଓ ୨ ଗୁରୁତର

0

ବାଲେଶ୍ବର: ୬୦ ନମ୍ବର ଜାତୀୟ ରାଜପଥ ରୂପସା ଥାନା ନିକଟରେ ଏକ ସଡକ ଦୁର୍ଘଟଣା​‌ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, କୋଲକତାରୁ ଆସୁଥିବା ଏକ କାର ଭାରସାମ୍ୟ ହରାଇ ରୂପସା ନିକଟରେ ଥିବା ପୋଲ ବାଡାରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଶ୍ରେୟାସିହ୍ନା(୩୫), ଜୟନ୍ତୀ ସେନଗୁପ୍ତ(୫୫) ଓ କାଶୀନାଥ ସେନଗୁପ୍ତ(୬୫) । ଦୁର୍ଘଟଣାରେ ରାନା ସିହ୍ନା(୪୦) ଓ ଅଭିନନ୍ଦ ସେନଗୁପ୍ତ(୬) ଗୁରୁତର ହୋଇଛନ୍ତି । କାରଟି ପଶ୍ଚିମବଙ୍ଗ ବେଲଘାଟରୁ ପୁରୀ ଶ୍ରୀମନ୍ଦିର ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Leave A Reply