କୋବ୍ରା ପୋଷ୍ଟ ସମେତ ୪ ୱେବ୍‍ପୋର୍ଟାଲ୍‍କୁ ଜି ଗ୍ରୁପ୍‍ର ନୋଟିସ୍‍

0

ନୂଆଦିଲ୍ଲୀ: ବିବାଦୀୟ ଷ୍ଟିଙ୍ଗ ଅପରେସନ୍‍ ବିରୋଧରେ କୋବ୍ରା ପୋଷ୍ଟ ସମେତ ୪ ୱେବ୍‍ ପୋର୍ଟାଲ୍‍କୁ ଜି ମିଡିଆ ଗ୍ରୁପ୍‍ ପକ୍ଷରୁ ଲିଗାଲ୍‍ ନୋଟିସ୍‍ ଦିଆଯାଇଛି। ଅନ୍ୟ ତିନି ପୋର୍ଟାଲ୍‍ ହେଲା ‘ଦି ୱାୟର’, ‘ଦ କ୍ୱିଣ୍ଟ‘ ଓ ‘ଭାଦାସ୍‍ ୪ ମିଡିଆ’। କୋବ୍ରାପୋଷ୍ଟର ଷ୍ଟିଙ୍ଗ ଅପରେସନ୍‍ ‘ଅପରେସନ୍‍ ୧୩୬-୨’କୁ ଏହି ତିନି ୱେବ୍‍ ପୋର୍ଟାଲ୍‍ ପ୍ରସାର କରିଥିଲେ। ଜି ଗ୍ରୁପ୍‍ର ଅଭିଯୋଗ ଅନୁଯାୟୀ, ଉକ୍ତ ଷ୍ଟିଙ୍ଗ ଅପରେସନ୍‍ରେ ଦର୍ଶାଯାଇଥିବା ତଥ୍ୟ ଓ ବିଷୟବସ୍ତୁ ବିଭ୍ରାନ୍ତିକର, ଉଦ୍ଦେଶ୍ୟମୂଳକ ଓ ଯୋଜନାବଦ୍ଧ। କୋବ୍ରାପୋଷ୍ଟର ପ୍ରତିଷ୍ଠାତା ସମ୍ପାଦକ ଅନିରୁଦ୍ଧ ବହଲ୍‍ ଓ ରିପୋର୍ଟର ପୁଷ୍ପ ଶର୍ମାଙ୍କ ନାମରେ ଏହି ଲିଗାଲ୍‍ ନୋଟିସ୍‍ ଜାରି ହୋଇଛି। ଆରଟିଆଇ ବଳରେ ଉପଲବ୍ଧ ଏକ ତଥ୍ୟକୁ ଅତିରଞ୍ଜିତ କରିବା ଅଭିଯୋଗରେ ପୁଷ୍ପ ଶର୍ମାଙ୍କୁ ୨୦୧୬ ମେରେ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଏହାପୂର୍ବରୁ ୨୦୦୯ରେ ସରକାରୀ ଅଧିକାରୀଙ୍କୁ ଟଙ୍କା ମାଗିବା ଅଭିଯୋଗରେ ମଧ୍ୟ ପୁଷ୍ପଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଏହାଛଡ଼ା ଆହୁରି ଅନେକ ମାମଲାରେ ପୁଷ୍ପା ବିବାଦୀୟ ହୋଇଥିଲେ।

Leave A Reply