www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ ଘର ଘର ବୁଲି ଦିଆଯିବ ପଲ୍‌ସ ପୋଲିଓ ବୁନ୍ଦା

ଭୁବନେଶ୍ୱର : ଅନୁଷ୍କା ନାୟକଙ୍କୁ ପଲ୍‌ସ ପୋଲିଓ ଦିଆଯାଇ ୨୦୨୦ ରାଜ୍ୟସ୍ତରୀୟ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏହି ଅଭିଯାନ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ସମୀର କୁମାର ଦାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶକ ଡା. ସରୋଜ କୁମାର ନାୟକ, ନର୍ସିଂ ନିର୍ଦେଶକ ଡା. ସୁଶୀଲ କର, ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଜାତୀୟ ଟିକାକରଣ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଅଧିକାରୀ ଡା. ତାପସ କୁମାର ପାତ୍ରଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍‌ର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଚଳିତ ଅଭିଯାନରେ ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ୪୧୩୫୬୦୮ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏନେଇ ପାଇଁ ୧୮୯୬୮ ବୁଥ୍ ଖୋଲାଯିବା ସହିତ ୭୫୮୭୨ ଟିକାଦାନକାରୀ, ସ୍ୱେଚ୍ଛାସେବୀଙ୍କ ସହିତ ୩୭୯୫ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ, ସାପ୍ତାହିକ ହାଟ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଟିକାଦାନକାରୀଙ୍କୁ ନିୟୋଜିତ କରାଯାଇଛି। ବୁଥ୍ ଦିବସ (୧୯ ତାରିଖ)ରେ ପୋଲିଓ ବୁନ୍ଦା ଖାଇପାରି ନଥିବା ଶିଶୁଙ୍କୁ ୨୦ ଏବଂ ୨୧ ତାରିଖରେ ଟିକାଦାନକାରୀ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ।
ରାଜଧାନୀରେ ପୋଲିଓ ଖାଇଲେ ୭୧ ହଜାର : ପଲସ୍‌ .ପୋଲିଓ ଅଭିଯାନରେ ରବିବାର ରାଜଧାନୀରେ ପ୍ରାୟ ୭୧ ହଜାର ଶିଶୁ ପୋଲିଓ ଟିକା ନେଇଛନ୍ତି। ବାଦ୍‌ ପଡ଼ିଥିବା ଶିଶୁଙ୍କୁ ଆସନ୍ତା ୨୦ ଏବଂ ୨୧ ତାରିଖରେ ପୋଲିଓ ବୁନ୍ଦା ଦିଆଯିବ। ଟିକାଦାନକାରୀ କର୍ମୀ ୬୭ ୱାର୍ଡରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦେବେ ବୋଲି ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ଏଥିନିମନ୍ତେ ୨୪୯ଟି ବୁଥ୍‌ କରାଯାଇଥିବାବେଳେ ୪୯୮ଟି ଦଳରେ ୯୯୬ ଟିକାଦାନକାରୀ ରହିଛନ୍ତି। ବସ୍‌‌ଷ୍ଟାଣ୍ଡ, ରେଳଷ୍ଟେସନ, ହାଟ ଆଦି ସ୍ଥାନଗୁଡ଼ିକରେ ବାହାର ଶିଶୁଙ୍କ ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ସେହିପରି ନିକୋ ପାର୍କ ଓ ଅନ୍ୟାନ୍ୟ ପାର୍କରେ ମଡେଲ ଟିକାକରଣ ବୁଥ୍‌ କରାଯାଇଛି। ରାଜଧାନୀରେ ପାଖାପାଖି ୮୬ହଜାର ଶିଶୁଙ୍କୁ ଟିକା ଦେବା ଲକ୍ଷ୍ୟ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories