www.samajalive.in
Monday, December 15, 2025
16.1 C
Bhubaneswar

ସବୁ ଧର୍ମାବଲମ୍ବୀଙ୍କ ପାଇଁ ଖୋଲିଲା ପୁରାତନ ମସ୍‌ଜିଦ

ବେଙ୍ଗାଲୁରୁ : ସ୍ଥାନୀୟ ଏକ ପୁରାତନ ମସ୍‌ଜିଦ୍‌ ଏବେ ସବୁ ଧର୍ମାବଲମ୍ବୀଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। ସାମ୍ପ୍ରଦାୟିକ ସଦ୍‌ଭାବର ନିଦର୍ଶନ ସ୍ବରୂପ ତଥା ଧଦର୍ମକୁ ନେଇ ଚାଲିଥିବା ରାଜନୀତିକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ରହମାତ୍‌ ସମ୍ପ୍ରଦାୟ ପକ୍ଷରୁ ବେଙ୍ଗାଲୁରୁ ମହାନଗରୀରର କେନ୍ଦ୍ରସ୍ଥଳରେ ଅବସ୍ଥିତ ୧୭୦ ବର୍ଷର ପୁରାତନ ମୋଦି ମସ୍‌ଜିଦ ଦର୍ଶନ ପାଇଁ ଅଣ-ମୁସଲମାନଙ୍କୁ ଅନୁମତି ଦିଆଯାଇଛି। ରବିବାର ଏହି ପରିପ୍ରେକ୍ଷୀରେ ‘ଭିଜିଟ ମାଇଁ ମସ୍କ ଡେ’ (ମୋ ମସ୍‌ଜିଦ ପରିଦର୍ଶନ ଦିବସ) ପାଳନ କରାଯିବା ସହ ପରିଦର୍ଶକଙ୍କୁ ସ୍ବାଗତ କରାଯାଇଥିଲା। ଶତାଧିକ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ଙ୍କ ସହ ଶିଖ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରାୟ ୪୦୦ ବ୍ୟକ୍ତି, ମହିଳା ଓ ଶିଶୁ ମସ୍‌ଜିଦ ପରିଦର୍ଶନ କରି ଭାଇଚାରାର ଅପୂର୍ବ ଦୃଷ୍ଟାନ୍ତ ସ୍ଥାପନ କରିଥିଲେ। ସେମାନେ ମସ୍‌ଜିଦରେ ସମ୍ମିଳିତ ପ୍ରାର୍ଥନା ସହ ଭୋଜନ ମଧ୍ୟ କରିଥିଲେ। ଗତ ସେପ୍ଟେମ୍ବରରେ ମହାରାଷ୍ଟ୍ର ଅନ୍ତର୍ଗତ ଥାଣେର ରହମତ ସମ୍ପ୍ରଦାୟ ପକ୍ଷରୁ କେବଳ ଖ୍ରୀଷ୍ଟିଆନ୍‌ ସେମିନାରୀ ଛାତ୍ରଛାତ୍ରୀଙ୍କ ପାଇଁ ସମାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories