www.samajalive.in
Monday, December 15, 2025
16.1 C
Bhubaneswar

ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ : କେରଳ ସରକାର ଓ ରାଜ୍ୟପାଳ ମୁହାଁମୁହିଁ

ତିରୁଅନନ୍ତପୁରମ୍‌  : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ କେରଳ ସରକାର ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି। ସିଏଏକୁ ବିରୋଧ କରି କେରଳ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନେତୃତ୍ବ ସରକାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ବିନା ଅନୁମୋଦନରେ ସୁପ୍ରିମକୋର୍ଟରେ ଏପରି ପିଟିସନ ଦାୟର କରିଛନ୍ତି। ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟରେ ରାଜ୍ୟପାଳ କ୍ଷୁବ୍ଧ ହେବା ସହ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ ଲୋଡିଛନ୍ତି। ରବିବାର ରାଜଭବନ ସୂତ୍ରରୁ କୁହାଯାଇଛି ଯେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ସଚିବଙ୍କ ଠାରୁ ରିପୋର୍ଟ ଲୋଡିଛି। ସିଏଏକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ସମ୍ପର୍କରେ ରାଜ୍ୟପାଳଙ୍କୁ କାହିଁକି ଅବଗତ କରାଯାଇ ନାହିଁ ସେସମ୍ପର୍କରେ ଜଣାଇବାକୁ ରିପୋର୍ଟରେ କୁହାଯାଇଛି। ସିଏଏ ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରଠାରୁ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ମୁହଁାମୁହଁି ପରିସ୍ଥିତି ଲାଗି ରହିଛି। ରବିବାର ବେଙ୍ଗାଲୁରରେ ରାଜ୍ୟପାଳ ସର୍ବସାଧାରଣରେ କହିଛନ୍ତି ଯେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ପଦରେ ସେ ରହିଛନ୍ତି। ତେଣୁ ତାଙ୍କୁ ନ ଜଣାଇ ସରକାର କୌଣସି ନିଷ୍ପତ୍ତି ନେବା ଅସାମ୍ବିଧାନିକ। ଆଇନ ଓ ନିୟମକୁ ଉଲ୍ଲଙ୍ଘନ କରାଗଲେ ଆମେ ନିରବଦ୍ରଷ୍ଟା ଭାବେ ରହିପାରିବୁ ନାହିଁ। ରାଜ୍ୟ ସରକାରଙ୍କ ଠାରୁ ସେ ରିପୋର୍ଟ ମାଗିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ବ୍ୟକ୍ତିଗତ ବିବାଦ ନାହଁ। ସମ୍ବିଧାନକୁ ସମ୍ମାନ ଦେବା ଏପରି କରାଯାଇଛି। ଏହା ପୂର୍ବରୁ ରାଜ୍ୟପାଳ କହିଥିଲେ ଯେ କୌଣସି ଦଳ କିମ୍ବା ବ୍ୟକ୍ତିଗତ ନିଷ୍ପତ୍ତି ଆଧାରରେ ସରକାର ଚାଲିପାରିବ ନାହିଁ। ଆଇନ ଅନୁଯାୟୀ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ। ରୁଲ୍ସ ଅଫ ବିଜନେସ ସେକ୍ସନ ୩୪(୨)ର ସବ୍ ସେକ୍ସନ ୫ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସମ୍ପର୍କରେ କୌଣସି ତିକ୍ତତା ଦେଖାଦେଲେ ରାଜ୍ୟ ସରକାର ଏ ବାବଦରେ ରାଜ୍ୟପାଳଙ୍କୁ ଜଣାଇବା ଦରକାର। ତେବେ ରାଜ୍ୟପାଳଙ୍କୁ ନ ଜଣାଇ ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ଦ୍ବାରା କୌଣସି ନିୟମର ଉଲ୍ଲଙ୍ଘନ ହୋଇ ନାହିଁ ରାଜ୍ୟ ସରକାର କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories