www.samajalive.in
Monday, December 15, 2025
24.1 C
Bhubaneswar

ମାର୍ଚ୍ଚ ୧ରୁ କଡାକଡି ଟ୍ରାଫିକ୍ ନିୟମ:ବାଇକ ପଛରେ ବସିଲେବି ପିନ୍ଧିବେ ହେଲମେଟ

ଭୁବନେଶ୍ବର:ମାର୍ଚ୍ଚ ୧ରୁ ଟ୍ରାଫିକ୍ ନିୟମରୁ ଆଉ ମିଳିବନି ନିସ୍ତାର। ଏଣିକି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ଶନିବାର ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଦିଲ୍ଲୀରେ ବସିଥିବା ସଡକ ସୁରକ୍ଷା ସମ୍ପର୍କିତ କେନ୍ଦ୍ରୀୟ ବୈଠକରେ ଯୋଗଦେଇ ଫେରିବା ପରେ ପରିବହନ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଚେତାଇ ଦେଇ କହିଛନ୍ତି ଟ୍ରାଫିକ ନିୟମ କୋହଳ ପାଇଁ କରାଯାଇଥିବା ସମୟସୀମା ଫେବୃଆରୀ ମାସରେ ଶେଷ ହେବ। ଅବଧି ଶେଷ ହେବା ପରେ ନୂଆ ମୋଟରଯାନ ଆଇନକୁ କଡାକଡି ଭାବେ ଲାଗୁକରା ଜିବ। ଏମିତିକି ବାଇକର ପଛରେ ବସିଲେ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ସେହିପରି କାର ପଛରେ ବସିଥିବା ବ୍ୟକ୍ତି ମଧ୍ୟ ସିଟ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି।

ଦିଲ୍ଲୀରେ ବସିଥିବା ସଡକ ସୁରକ୍ଷା ସମ୍ପର୍କିତ କେନ୍ଦ୍ରୀୟ ବୈଠକରେ ଦୁର୍ଘଟଣା କମାଇବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦୁର୍ଘଟଣା ହ୍ରାସ ପାଇଁ ବହୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ସେହି ଯୋଜନା ଅନୁଯାୟୀ ଜାତୀୟ ରାଜପଥ ତଥା ରାଜ୍ୟ ରାଜପଥରେ ମୋବାଇଲ ଭ୍ୟାନ ବୁଲିବ । ପ୍ରତି ୩୦ କିଲୋମିଟର ବ୍ୟବଧାନରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିବ । ତେବେ ଅଧିକ ଷ୍ଟାପ ନିୟୋଜିତ ସହ ଅଧିକ ଗାଡି କିଣିବା ପାଇଁ ଅର୍ଥର ଆବଶ୍ୟକ ରହିଛି ତେଣୁ ଆର୍ଥିକ ସହାୟତା ମିଳିଲେ ସ୍କ୍ୱାର୍ଡ ରଖାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories