ଦୈନିକ ‘ସମାଜ’ ପ୍ରଭାବ – ନିଯୁକ୍ତି ପାଇବେ ବହିଷ୍କୃତ ଅଙ୍ଗନବାଡ଼ି କର୍ମୀ
ସୁନ୍ଦରଗଡ: ଶୀତ କାକରରେ ପ୍ରାୟ ୪୮ଘଣ୍ଟା ଅହୋରାତ୍ର ଧାରଣା ଦେବା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଦାବିକୁ ପ୍ରଶାସନ ମାନି ନେଇଛି ଏବଂ ଆସନ୍ତା ୨୪ ତାରିଖ ଦିନ ବିଧିବଦ୍ଧ ଲିଖିତ ଘୋଷଣା କରିବ ବୋଲି ସୁନ୍ଦରଗଡ଼ ଉପଜିଲାପାଳ ତଥା ଭାରପ୍ରାପ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ଅଭିମନ୍ୟୁ ବେହେରା ଘୋଷଣା କରିଛନ୍ତି। ପରେ ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଦେଉଥିବା ଅହୋରାତ୍ର ଧାରଣାରୁ ଓହରି ଯାଇଛନ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଧାରଣା ସ୍ଥଗିତ ରଖିଛନ୍ତି ବୋଲି ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନର ଜିଲା ସଭାନେତ୍ରୀ ବାସନ୍ତୀ ବାଗ, ଜିଲା ସଂପାଦିକା ବିମଲା ଲାକ୍ରା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେବା ସହ ପ୍ରଶାସନ ଓ ଦୈନିକ ‘ସମାଜ’କୁ କୃତଜ୍ଞତା ଜଣାଇଛନ୍ତି।
Related Posts
Comments are closed.