www.samajalive.in
Tuesday, December 9, 2025
19.1 C
Bhubaneswar

ହିମାଚଳ ପ୍ରଦେଶ: ଘଣ୍ଟାଏ ମଧ୍ୟରେ ଦୁଇ ଥର ଭୂକମ୍ପ ଝଟକା

ଶିମଲା: ଭୂକମ୍ପ ଝଟକାରେ ହିମାଚଳ ପ୍ରଦେଶ ଥରି ଉଠିଛି। ରବିବାର ସକାଳୁ ହିମାଚଳ ପ୍ରଦେଶର ୪ଟି ସ୍ଥାନରେ ମାତ୍ର ଘଣ୍ଟାଏ ବ୍ୟବଧାନରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। କାଙ୍ଗଡା, ଲାହୁଲ-ସ୍ପିତି, କୁଲ୍ଲୁ ଏବଂ ଚମ୍ବାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି। ସକାଳ ୧୦ଟା ୫୪ମିନିଟରେ ପ୍ରଥମ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହା ପରେ ୧୧ଟା ୫୫ ମିନିଟରେ କାଙ୍ଗଡା ଜିଲାରେ ଭୂକମ୍ପ ହୋଇଥିଲା। ଭୂକମ୍ପର କେନ୍ଦ୍ର କାଙ୍ଗଡା ଜିଲାର ଭୂପୃଷ୍ଠରୁ ୫ କିମି ଗଭୀରରେ ଥିଲା ବୋଲି ଜଣାପଡିଛି। ଏହାର ତୀବ୍ରତା ୩.୪ ଥିଲା।

ହିମାଚଳ ପ୍ରଦେଶରେ ସକାଳେ ପାଣିପାଗ ଅବସ୍ଥା ଖରାପ ଥିଲା। ଆଜି ଭୂକମ୍ପ ଅନୁଭୂତ ହେବା ପରେ ସେଠାରେ ବରଫପାତ ହେବାର ଆଶଙ୍କା ଆହୁରି ବଢିଯାଇଛି। ପାଣିପାଗ ବିଭାଗ ପକ୍ଷରୁ ରବିବାର କୁଲ୍ଲୁ ଓ ଲାହୁଲ-ସ୍ପିତି ସମେତ ଅନ୍ୟାନ୍ୟ ୫ଟି ସ୍ଥାନରେ ବରଫ ଖଣ୍ଡ ଖସିବାର ଚେତାବନୀ ଦିଆଯାଇଛି। ଜିଲା ପ୍ରଶାସନ ଓ ପୁଲିସ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହ ପର୍ଯ୍ୟଟକମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories