www.samajalive.in
Sunday, December 7, 2025
23.1 C
Bhubaneswar

ରେଳ ଧାରଣା କାଟିଲା ସ୍ବାମୀ: ଲେଖିଲା-ସ୍ତ୍ରୀକୁ ନେଇଯାଅ, ନଚେତ୍ ଧ୍ବଂସଲୀଳା ରଚିବି

ମଉ: ପ୍ରେମ ବିବାହ କରିବା ପରେ ଜ‌ଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନେଇ ଏତେ ଅତିଷ୍ଠ ହୋଇଗଲେ ଯେ ସେ ଆଶ୍ଚର୍ଯ୍ୟ କଲାଭଳି ପଦକ୍ଷେପ ନେଇଛନ୍ତି। ବ୍ୟକ୍ତି ଜଣକ ରେଳ ଧାରଣାକୁ କାଟି ଦେବା ସହ ସେଠାରେ ଏକ ଚିଠି ଛାଡ଼ି ଯାଇଛନ୍ତି। ଚିଠିରେ ଲେଖାଅଛି, ‘‘ମୋ ପତ୍ନୀକୁ ଫେରାଇ ନେଇ ଯାଆନ୍ତୁ ଓ ୫୦ କୋଟି ଟଙ୍କା ଦିଅନ୍ତୁ। ନଚେତ୍ ଏହାଠାରୁ ଆହୁରି ବଡ଼ ଓ ଭୟଙ୍କର ଅଘଟଣ ଘଟିବ’’। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ମଉ ଜିଲାରେ।

- Advertisement -

ସୂଚନା ଅନୁସାରେ, ମଉ ଜିଲାର ହଳଧରପୁର ଥାନା ଅନ୍ତର୍ଗତ ରତନପୁରା ରେଳ ଷ୍ଟେଶନ୍ ନିକଟରେ କେହି ବ୍ୟକ୍ତି ରେଳ ଧାରଣାକୁ କାଟି ୨ ଇଞ୍ଚ ଅଲଗା କରିଦେଇଛି। ସେଠାରେ ସେ ଏକ ଚିଠି ମଧ୍ୟ ଛାଡ଼ିଛି। ଯେଉଁଥିରେ ଲେଖା ହୋଇଛି, କେହି ତା’ ପତ୍ନୀକୁ ନେଇ ଯାଆନ୍ତୁ ଓ ୫୦ କୋଟି ଟଙ୍କା ଦିଅନ୍ତୁ। ଯଦି ଏହି ଦାବି ୨ ଦିନ ମଧ୍ୟରେ ପୂରଣ କରା ନ ଯାଏ ତେବେ ସେ ଏହାଠାରୁ ବଡ଼ ଓ ଭୟଙ୍କର ଅଘଟଣ ଘଟାଇବ। ଅନ୍ୟ ଜଣେ ବ୍ୟକ୍ତି ସେହି ଚିଠିକୁ ଦେଖିବା ପରେ ତୁରନ୍ତ ରତନାପୁର ଷ୍ଟେଶନ ମାଷ୍ଟରଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ସେହି ସମୟରେ ରେଳ ଧାରଣା ଦେଇ ଏକ ପାସେଞ୍ଜର ଟ୍ରେନ ଅତିକ୍ରମ କରିବାର ଥିଲା। ମାତ୍ର ଷ୍ଟେଶନ ମାଷ୍ଟର ଖବର ପାଇବା ପରେ ଘଟଣାସ୍ଥଳରୁ କିଛି ମିଟର ପୂର୍ବରୁ ଟ୍ରେନକୁ ଅଟକାଇ ଦିଆଯାଇଥିଲା। ରେଳ ଧାରଣା କଟି ଯାଇଥିବାରୁ ରେଳ ଯାତାୟତ ଖୁବ୍ ପ୍ରଭାବିତ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories