www.samajalive.in
Sunday, December 7, 2025
26.1 C
Bhubaneswar

ଇରାନ ସେନା କମାଣ୍ଡର ସୁଲେମାନିଙ୍କୁ ହତ୍ୟା କଲା ଆମେରିକା; ବହୁମୂଲ୍ୟ ଦେବାକୁ ପଡ଼ିବ କହିଲା ଇରାନ

ବାଗଦାଦ: ଇରାକ୍‌ର ବାଗଦାଦ ବିମାନବନ୍ଦରରେ ଆମେରିକା ପକ୍ଷରୁ ଶୁକ୍ରବାର ସକାଳେ ହୋଇଥିବା ଡ୍ରୋନ୍‌ ଆକ୍ରମଣରେ ଇରାନ୍‌ର ବାହୁବଳୀ ଭାବେ ପରିଚିତ ଇରାନ ରିଭୋଲ୍ୟୁଶନାରୀ ଗାର୍ଡ୍ସ ଫୋର୍ସ କମାଣ୍ଡର କାସିମ୍‌ ସୁଲେମାନି ନିହତ ହୋଇଛନ୍ତି। ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ଆମେରିକାକୁ କଡ଼ା ଚେତାବନୀ ଦେବା ସହିତ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶୁକ୍ରବାର ଧମକ ଦେଇଛି।

ଏହି ଡ୍ରୋନ ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦେଶ ଦେଇଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରେ ଆମେରିକୀୟମାନଙ୍କ ସୁରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇରାନର ସୁଲେମାନିକୁ ହତ୍ୟା କରିବାକୁ ଟ୍ରମ୍ପ ଆଦେଶ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସିରିୟା, ଲେବାନନ, ଜର୍ମାନୀ ଏବଂ ଭାରତରେ ବିଦେଶୀ ନେତାମାନଙ୍କୁ ହତ୍ୟା ଏବଂ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆମେରିକା ସୁଲେମାନିଙ୍କୁ ଦାୟୀ କରିଆସୁଥିଲା।

- Advertisement -

ସୁଲେମାନିର ମୃତ୍ୟୁ ପରେ ଇରାନ ବିଦେଶ ମନ୍ତ୍ରୀ ଜାଭେଦ ଜରିଫ ଆମେରିକା ଉପରେ ଆକ୍ରମଣାତ୍ମକ ଢଙ୍ଗରେ ଚେତାବନୀ ଦେଇଛନ୍ତି। ଏହି ଆକ୍ରମଣକୁ ଜରିଫ ମୁର୍ଖତାପୂର୍ଣ୍ଣ ବୋଲି କହିଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ସୁଲେମାନିଙ୍କୁ ହତ୍ୟା କରାଯିବା ମୁର୍ଖାମୀର ପରିଚୟ। ଏହାକୁ ସେ ଅନ୍ତର୍ଜାତୀୟ ଆତଙ୍କବାଦ ବୋଲି ଦର୍ଶାଇଛନ୍ତି। ତାଙ୍କ ସୈନ୍ୟ ଆଇଏସ, ଅଲନୁସରାହ, ଅଲ୍‌କାଏଦା ଆଟ୍‌ ଅଲ୍‌ ଭଳି ଆତଙ୍କୀ ସଂଗଠନ ବିରୋଧରେ ଲଢ଼ୁଥିଲେ। ଆମେରିକାକୁ ନିଜର ଏଭଳି ଦୁଃସାହସ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories