ଜୁନ୍‌ ୧ରୁ ଭୁବନେଶ୍ୱର-ରାଞ୍ଚି ବିମାନ ସେବା ବନ୍ଦ

0

ଭୁବନେଶ୍ୱର: ୮ ମାସ ଚାଲିବା ପରେ ଭୁବନେଶ୍ୱର-ରାଞ୍ଚି ବିମାନ ସେବାକୁ ବନ୍ଦ କରିବାକୁ ଯାଉଛି ଏୟାର ଏସିଆ । ଓଡ଼ିଶାରୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାରେ କ୍ରମାଗତ ସଫଳତା ଅର୍ଜନ କରିଥିବା ଏୟାର ଏସିଆର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଆରସିଏସ୍‌ ଯୋଜନା ପ୍ରତି ଧକ୍କା ସଦୃଶ ହୋଇଛି । ଜୁନ୍‌ ୧ ତାରିଖରୁ ଭୁବନେଶ୍ୱର-ରାଞ୍ଚି-ଭୁବନେଶ୍ୱର ବିମାନ ସେବାକୁ ବନ୍ଦ କରାଯାଉ ଥିବା ନେଇ କମ୍ପାନୀ ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକଙ୍କୁ ଜଣାଇ ଦିଆଯାଇଛି । ଦୁଇ ସହର ମଧ୍ୟରେ କେବଳ ଏୟାର ଏସିଆ ବିମାନ ସେବା ପ୍ରଦାନ କରୁଥିଲା । ତେବେ ଜୁନ୍‌ ୧ ତାରିଖ ପରଠାରୁ ସେହି ରୁଟ୍‌ରେ ଯିବା ଆସିବା କରୁଥିବା ଯାତ୍ରୀଙ୍କୁ ଆଉ ସିଧାସଳଖ ବିମାନ ସେବା ମିଳିବ ନାହିଁ ।
ଭୁବନେଶ୍ୱରରୁ ପ୍ରଥମେ ମାଲେସିଆ ତା ପରେ ବେଙ୍ଗାଲୁରୁ ଓ କଲକାତାକୁ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ୨୦୧୭ ଅକ୍ଟୋବର ୭ ତାରିଖରେ ଭୁବନେଶ୍ୱର-ରାଞ୍ଚି ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ହିଁ ଏଠାରୁ ୧୨୪ ଜଣ ଯାତ୍ରୀ ରାଞ୍ଚିକୁ ଯାଇଥିବା ବେଳେ ସେଠାରୁ ୪୫ ଜଣ ଯାତ୍ରୀ ଭୁବନେଶ୍ୱର ଆସିଥିଲେ । ତେବେ ୮ ମାସ ପରେ ପରେ ଏହି ରୁଟ୍‌ରେ ବିମାନ ସେବା ବାତିଲ୍‌ ପାଇଁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ହୋଇଛି । ଦୁଇ ସହର ମଧ୍ୟରେ ଚାଲୁଥିବା ଦୁଇଟି ବିମାନକୁ ଜୁନ୍‌ ୧ ତାରିଖରୁ କମ୍ପାନୀ ପ୍ରତ୍ୟାହାର କରିବା ନେଇ ଏଏଆଇ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । କମ୍ପାନୀର ୱେବ୍‌ ସାଇଟ୍‌ ଓ ଆପ୍‌ରେ ମେ’ ୩୧ ପର ଠାରୁ ରାଞ୍ଚି-ଭୁବନେଶ୍ୱର ମଧ୍ୟରେ ବିମାନର ଟିକଟ ବୁକିଂ ମଧ୍ୟ ବନ୍ଦ ହୋଇ ଯାଇଛି । ଶେଷ ବୁକିଂ ମେ’ ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହାକୁ ସ୍ୱିକାର କରି କହିଛନ୍ତି ଯେ ଆସନ୍ତା ମାସରୁ ରାଞ୍ଚି-ଭୁବନେଶ୍ୱର ମଧ୍ୟରେ ବିମାନସେବା ବନ୍ଦ ହେବ । ତେବେ ଏହା ସମ୍ପୂର୍ଣ୍ଣ ଭାବେ କମ୍ପାନୀର ନିଷ୍ପତ୍ତି । ଅପରପକ୍ଷେ ଏନେଇ ଏୟାର ଏସିଆ ।

Leave A Reply