ମୁମ୍ବଇ: ବଲିଉଡ ବାଦଶାହା ଶାହାରୁଖ ଖାନ୍ଙ୍କର ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଜିରୋ’ର ଅନ୍ତିମ ଭାଗର ସୁଟିଙ୍ଗ ନାସା ଠାରେ ଆରମ୍ଭ ହୋଇଯାଇଛି। ରିଲିଜ ପୂର୍ବରୁ ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଜିରୋ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ ଖାନ, ଆର.ମାଧବନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ କରୁଛନ୍ତି। ଏହି ତିନି କଳାକାରଙ୍କୁ ଛାଡିଦେଲେ ଚଳଚ୍ଚିତ୍ରରେ ସଲମନ ଖାନ, ଶ୍ରୀଦେବୀ, ରାଣୀ ମୁଖାର୍ଜୀ, କାଜୋଲ, କରିଶ୍ମା କାପୁର ଏବଂ ଆଲିଆ ଭଟ୍ଟ ଅଭିନୟ କରିଥିବାର ସୂଚନା ମିଳିଛି।
ଚଳଚ୍ଚିତ୍ରର ଶେଷଭାଗ ସୁଟିଙ୍ଗ ଆମେରିକାର ନାସା ଠାରେ ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ ୪୫ଦିନ ଧରି ଏହି କଳାକାରମାନେ ବୈଜ୍ଞାନିକ ଜ୍ଞାନ ଆହରଣ କରିଥିଲେ। ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ଏକ ବିଫଳ ବୈଜ୍ଞାନିକ ଚରିତ୍ରରେ ଅଭିନୟ କରିଛନ୍ତି। ନିର୍ଦେଶକ ଆନନ୍ଦ ଏଲ ରାୟଙ୍କ ଜିରୋ ଚଳଚ୍ଚିତ୍ର ଏକ ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେଷିତ। ଚଳିତବର୍ଷ ଡିସେମ୍ବର ୨୧ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।
ନାସାରେ ‘ଜିରୋ’ର ସୁଟିଙ୍ଗ
Popular Categories



