www.samajalive.in
Monday, December 15, 2025
24.1 C
Bhubaneswar

ଦେଶରେ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୨ବର୍ଷରେ ୫,୧୮୮ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି : ଜାଭଡେକର

ନୂଆଦିଲ୍ଲୀ :  ଦେଶର ମୋଟ୍‍ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଗତ ଦୁଇ ବର୍ଷ ମଧ୍ୟରେ ୫ହଜାର ୧୮୮ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି । ଏଥିସହିତ ବନାଞ୍ଚଳର ଆୟତନ ଦେଶର ମୋଟ୍‍ ଭୌଗଳିକ ପରିସୀମାର ଶତକଡ଼ା ୨୫ଭାଗରେ ପହଞ୍ଚି ସାରିଛି। ସୋମବାର ନୂଆଦିଲ୍ଲୀରେ ଇଣ୍ଡିଆ ଷ୍ଟେଟ୍‍ ଅଫ୍‍ ଫରେଷ୍ଟ ରିପୋର୍ଟ- ୨୦୧୯କୁ ଉନ୍ମୋଚନ କରି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଭାରତ ହେଉଛି କେତେକ ମୁଷ୍ଟିମେୟ ଦେଶ ମଧ୍ୟରୁ ଅନ୍ୟତମ ଯେଉଁଠାରେ ଜଙ୍ଗଲର ଆୟତନ ଓ ବୃକ୍ଷ ସଂଖ୍ୟା ବୃଦ୍ଧି ପାଇଚାଲିଛି ।

ସେ କହିଛନ୍ତି, ଗତ ଚାରି ବର୍ଷ ମଧ୍ୟରେ ଏହା ୧୩ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଗତ ଦୁଇ ବର୍ଷ ମଧ୍ୟରେ ଦେଶର ଅଙ୍ଗାରକାମ୍ଳ ମହଜୁଦ ପରିମାଣ ୪୨ ମିଲିୟନ୍‍ରୁ ଅଧିକ ହୋଇପାରିଛି ଏହାଦ୍ୱାରା ପ୍ୟାରିସ ଚୁକ୍ତିର ଲକ୍ଷ୍ୟ ହାସଲ କରିବା ଦିଗରେ ଦେଶ ଉଚିତ୍‍ ମାର୍ଗରେ ଅଗ୍ରସର ହେଉଛି। ଏହି ରିପୋର୍ଟ ମୁତାବକ ଜଙ୍ଗଲ ଆଚ୍ଛାଦନର ଆୟତନ ବୃଦ୍ଧିରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ଓ କେରଳ ତୃତୀୟ ସ୍ଥାନରେ ରହିଛି। ଏହାଛଡ଼ା ହେନ୍ତାଳବଣର ଆୟତନରେ ୫୪ ବର୍ଗ କିଲୋମିଟର ବୃଦ୍ଧି ଘଟିଥିବାର ରିପୋର୍ଟରେ ଦର୍ଶାଯାଇଛି । ଏହାଛଡ଼ା ହେନ୍ତାଳବଣର ଆୟତନରେ ୫୪ ବର୍ଗ କିଲୋମିଟର ବୃଦ୍ଧି ଘଟିଥିବାର ରିପୋର୍ଟରେ ଦର୍ଶାଯାଇଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories