www.samajalive.in
Monday, December 15, 2025
16.1 C
Bhubaneswar

ୟୁପି, ବିହାର ଓ ଝାଡ଼ଖଣ୍ଡରେ ଝଡ଼:୪୩ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରେ ଝଡ଼ ବର୍ଷା ଓ ବଜ୍ରପାତରେ ୪୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୧୩ଜଣ କେବଳ ଉତ୍ତରପ୍ରଦେଶରେ ପ୍ରାଣ ହରାଇଛନ୍ତି। ସେହିପରି ଝାଡ଼ଖଣ୍ଡରେ ୧୭ ଓ ବିହାରରେ ୧୩ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବଜ୍ରପାତ ବୋଲି କୁହାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ପୁଣି ଥରେ ବାରମ୍ଭାକି, କୁଶିନଗର ଓ ଗୋରଖପୁରରେ ପୁଣି ଆଉ ଏକ ଝଡ଼ ପବନର ଚେତାବନୀ ଦିଆଯାଇଛି। ପବନର ବେଗ ୫୦ରୁ ୭୦କିମି ବେଗରେ ବୋହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତ ବର୍ଷ ଝଡ଼ ବର୍ଷାରେ ମୋଟ୍‍ ୧୪୦ଜଣ ପ୍ରାଣ ହରାଇ ଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କୁ କ୍ଷତିପୂରଣ ପ୍ରଦାନ କରିବାର ଘୋଷଣା କରାଯାଇଛି। ସେହିପରି ବିହାରରେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଝଡ଼ ତୋଫାନର ଚେତାବନୀ ଦିଆଯାଇଛି। ମୁଜଫରପୁର, ସମସ୍ତିପୁରା, ବୈଶାଲି, ପାଟନା ଓ ଦରଭଙ୍ଗା ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories