ଉତ୍ତ୍ୟକ୍ତଲୋକଙ୍କ ମାଡ଼ରେ ୩ ପୁଲିସ୍ ଗୁରୁତର
ବ୍ରହ୍ମପୁର: ରାସ୍ତାରୋକକୁ ହଟାଇବାକୁ ଯାଇ ଉତ୍ତ୍ୟକ୍ତଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୁଲିସ । ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାପଥର ମାଡ଼ରେ ୩ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଏହି ଅଭାବନୀୟ ଘଟଣା ବ୍ରହ୍ମପୁର ଗୋବିନ୍ଦପୁର ଅଞ୍ଚଳରେ ଘଟି ଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ତପ୍ତପାଣି ଅଞ୍ଚଳରେ ଜଣେ ଟ୍ରକ ଡ୍ରାଇଭରକୁ ୨ଜଣ ଯୁବକ ମାଡ଼ ମାରିଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ମଙ୍ଗଳବାର ସକାଳେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧକୁ ହଟାଇବା ପାଇଁ ଘଟଣାସ୍ଥଳରେ ପାଟପୁର ପୁଲିସ ପହଞ୍ଚିଥିଲା । ପୁଲିସକୁ ଦେଖି ଉତ୍ତ୍ୟକ୍ତଲୋକମାନେ ଢ଼େଲାପଥର ମାଡ଼ କରିଥିଲେ । ଏଥିରେ ପାଟପୁର ପୁଲିସ ଆଇଆଇସି, ଏଏସ୍ଆଇ ଗୋଲକ ଚନ୍ଦ୍ର ପଲାଇ ଓ ଏସ୍ଆଇ ପି.କେ ପ୍ରଧାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।