BJD Bijuli 480×75 Mob

ଓଡ଼ିଶାରେ ୪୮ଘଣ୍ଟା ପରେ ବଢ଼ିବ ଶୀତ

BJD Bijuli 480×75 Mob

ଭୁବନେଶ୍ବର : ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଆସନ୍ତା ୪୮ଘଣ୍ଟା ପରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ସବୁଠୁ କମ୍ ୯.୩ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଅନୁଗୋଳରେ ୧୦ଡ଼ିଗ୍ରୀ ସେଲସିୟସକୁ ଖସିଥିବାବେଳେ ସୋନପୁରରେ ୧୧.୮, ବାଲେଶ୍ବର, କଟକ, ସୁନ୍ଦରଗଡ଼, ତାଳଚେର ଓ ଟିଟିଲାଗଡ଼ରେ ୧୨ରୁ ୧୩ ଡ଼ିଗ୍ରୀ ମଧ୍ୟରେ ରହିଛି। ଭୁବନେଶ୍ବର ପାରଦ ୧୫ଡ଼ିଗ୍ରୀ ତଳକୁ ଖସିଛି।
ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଆଦି ଜିଲାରେ ଘନ କୁହୁଡ଼ି ଅନୁଭୂତ ହୋଇପାରେ। ତେବେ ପରବର୍ତ୍ତୀ ୪୮ଘଣ୍ଟା ଅର୍ଥାତ ୨୮ତାରିଖଠାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା, କଳାହାଣ୍ଡିର କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ।

Comments are closed.