ସିବିଏସଇ ଦଶମ ପରୀକ୍ଷା ଫଳ ଆଜି

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ  ପରୀକ୍ଷା ଫଳ ମଙ୍ଗଳବାର  ଅପରାହ୍ନ ୪ଟାରେ ପ୍ରକାଶ ପାଇବ ବୋଲି ସରକାରୀ ଭାବେ ଘେଷଣା କରାଯାଇଛି। ଚଳିତ ବର୍ଷ ସାରା ଦେଶରେ ୧୫,୨୮୬ଟି ସ୍କୁଲରୁ ୩୭୪୨ କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା ୧୬, ୬୭, ୫୭୩ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପକ୍ଷରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ସିବିଏସ୍‍ଇ ଭୁବନେଶ୍ୱର ରିଜିଅନ୍‍ ଗଠନ କରାଯାଇଛି। ସେଥିମଧ୍ୟରୁ କେବଳ ଓଡ଼ିଶାରେ ଥିବା ୨୮୭ ସ୍କୁଲରେ ଦଶମରେ ୭୦,୪୬୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଅନୀଲ ସ୍ବରୂପ ଟୁଇଟ କରି କହିଛନ୍ତି ଯେ ୨୯ ତାରିଖ ମଙ୍ଗଳବାର ଅପରାହ୍ନ ୪ଟାରେ ୧୦୧୭-୧୮ଶିକ୍ଷା ବର୍ଷର ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ  ପାଇବ । www.cbseresults.nic.in, www.results.nic.in ଏବଂ www.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେବ।  ପରୀକ୍ଷାଫଳ ଜାଣିବା ପାଇଁ ଛାତ୍ରଛାତ୍ରୀ ଅଫିସିଆଲ୍‍ ୱେବ୍‍ସାଇଟ୍‍କୁ ବ୍ରାଉଜିଂ କରିବାକୁ ପଡ଼ିବ। ସେଠାରେ ରୋଲ୍‍ ନମ୍ବର ଲେଖି ତାହାକୁ ସବ୍‍ମିଟ୍‍ କରିବା ପରେ ନିଜ ପରୀକ୍ଷାଫଳ ଜାଣିପାରିବେ। ସେହିପରି ଛାତ୍ରଛାତ୍ରୀ ଏସ୍‍ଏମ୍‍ଏସ୍‍ କରି ମଧ୍ୟ ଫଳ ଜାଣିପାରିବେ।

ସୂଚନା ଯୋଗ୍ୟ ଯେ ଗତ ଶନିବାର ସିବିଏସଇ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

 

Leave A Reply