www.samajalive.in
Monday, December 15, 2025
14.1 C
Bhubaneswar

ଗନ୍ଧମାର୍ଦନର ଅଧିଷ୍ଠାତ୍ରୀ ଦେବୀ ମା’ ଦୂର୍ଗେଇଙ୍କ ପୂଜା ମହୋତ୍ସବ ପାଳିତ

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗନ୍ଧମାର୍ଦନ ପାହାଡ ପାଦ ଦେଶର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କ୍ଷେତ୍ର ଅନୀତି ଦୂରରେ ଅବସ୍ଥିତ ମିଠାପାଳି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମନଭଙ୍ଗ ନିକଟରୁ ପାହାଡ଼ ରାସ୍ତା ଦେଇ ଯିବାକୁ ପଡୁଥିବା ମାଁ ଦୂର୍ଗେଇ ଦେବୀଙ୍କ ପୀଠ ରହିଛି । ସର୍ବପୁରାତନ ଦେବୀ ପୀଠ ଭାବେ ପରିଗଣିତ ବର୍ଷ ବର୍ଷ ଧରି ଏଠାରେ ମାଁ ଦୂର୍ଗେଇ ବୁଢ଼ୀ (ଦେବୀ) ପୂଜା ପାଉଛନ୍ତି । ମନଭଙ୍ଗ ଡେମ ପ୍ରାୟ ଚାରି କିମି ଦୂର ପାହାଡିଆ ଚଟାଣ ରାସ୍ତା ଦେଇ ହଜାର ହଜାର୍ ଭକ୍ତ ମାନେ ଯିବାଆସିବା କରିଥାନ୍ତି । ସଂସ୍କୃତି ପରମ୍ପରା ଭରା ଏହି ଦେବୀ ପୀଠ ଭାବେ ପରିଗଣିତ ମାଙ୍କ ପୂଜା ମାର୍ଗଶିର ପୂର୍ଣ୍ଣିମା ତିଥିରେ ପାଳିତ ହେଇ ଆସୁଥିବା ବେଳେ ଏହି ପୀଠକୁ, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସମେତ ଛତିଶଗଡ଼ ରାଜ୍ୟର ଜନ ସାଧାରଣ ଜନତାଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଭକ୍ତ ମାନେ ନିଜ ନିଜ ମନସ୍କାମନା ପୂରଣ ପାଇଁ ମା ଦୂର୍ଗେଇ ଠାରେ ଆରାଧନା କରି ଥାଆନ୍ତି । ଭକ୍ତ ମାନେ ନିଜ ସଫଳତା ପାଇ ମା’ଙ୍କୁ ବଳି ନିମନ୍ତେ ବୋଦା, କୁକୁଡା ଆଦି ପୂଜାବିଧି ଅନୁସାରେ ହାଜିର୍ ହୋଇ ନିଜର ନିଜ ମନସ୍କାମନା ତଥା ଆଶୀର୍ବାଦ ଭିକ୍ଷା କରି ଥାଆନ୍ତି। ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ପାଇଥିବା ବଂଶଧର କନ୍ଧ ସମ୍ପ୍ରଦାୟର ଆଦିବାସୀମାନଙ୍କ ଦ୍ଵାରା ପୂଜା କରି ଆସୁଛନ୍ତି। ଘଞ୍ଚ ଜଙ୍ଗଲ ଭିତରେ ରାତ୍ରୀରେ ମାଙ୍କୁ ଦର୍ଶନ ନିମିତ୍ତ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ସଂସ୍କୃତି ପରମ୍ପରା କୁ କଳ୍ପନା କରାଯାଇ ନ ପାରେ। ମୁଖ୍ୟ ପୂଜକ ନବୀନ ମଲ୍ଲିକ, ନକୁଲ୍ ମଲ୍ଲିକ, ଅନିରୁଦ୍ଧ ମଲ୍ଲିକ ଆଦି ପୂଜା କାର୍ଯ୍ୟ ତୁଲାଉ ଥିବା ବେଳେ ପୂଜା କମିଟି ସଭାପତି ମଧୁସୂଦନ ପାଣ୍ଡେ, ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଭୋଇ, ସମ୍ପାଦକ ବେଣୁଧର ମଲ୍ଲିକ, କୋଷାଧ୍ୟକ୍ଷ ହୀରଣ୍ ମଲ୍ଲିକ ପ୍ରମୁଖ ମହୋତ୍ସବ କମିଟି ସୁଚାରୁ ରୂପେ ସମ୍ପାଦନା କରିଛନ୍ତି। ଏଥିନିମନ୍ତେ ଅଞ୍ଚଳବାସୀ ସହଯୋଗ ସହାନୁଭୂତି କରିଥିବାରୁ କମିଟି ତରଫରୁ ଧନ୍ୟବାଦ୍ ଜଣାଇଛନ୍ତି । ଏହିପରି ମା’ ଦୁର୍ଗେଇ ଏହି ଯାତ୍ରା ପୁରେନା ଓ ଲଉଡ୍ ମାଳ ଗ୍ରାମରେ ମଧ୍ୟ ମାଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories